୨ ଦିନିଆ ରାଇରଙ୍ଗପୁର ସବ୍‌ଡିଭିଜନ ବନ୍ଦ ପାଳନ

Share It

ବାରିପଦା,୨୦/୦୩:ରାଇରଙ୍ଗପୁର ସବ୍‌ଡିଭିଜନରେ ୨ ଦିନିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ ବିଭିନ୍ନ ଆଦିବାସୀ ସଂଗଠନମାନେ ମିଳିତ ଭାବେ ଆହ୍ୱାନ କରିଛନ୍ତି। ୩ ଦଫା ଦାବିକୁ କେନ୍ଦ୍ର କରି ଏହି ବନ୍ଦ ପାଳନ ହେଉଛି, ଯାହା ମଧ୍ୟରୁ ମୁଖ୍ୟ ଦାବି ହେଉଛି ଗିରଫ ହୋଇଥିବା ୩୪ ଜଣ ଆଦିବାସୀଙ୍କୁ ତୁରନ୍ତ ମୁକ୍ତ କରାଯାଉ।

ସୂଚନା ଅନୁସାରେ, ଏକ ନାବାଳିକାଙ୍କୁ ଅସଦାଚରଣ ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରିଥିଲେ। ଏହି ଘଟଣାକୁ ପ୍ରତିବାଦ କରି ରାସ୍ତାରୋକ କରାଯାଇଥିବା ବେଳେ ପୋଲିସ ୩୪ ଜଣ ଆଦିବାସୀଙ୍କୁ ଗିରଫ କରିଥିଲା। ଏହି ଗିରଫକୁ ବିରୋଧ କରି ସେମାନଙ୍କ ମୁକ୍ତି ଦାବିରେ ଏବେ ବନ୍ଦ ପାଳନ କରାଯାଉଛି।ବନ୍ଦର ପ୍ରଭାବ ରାଇରଙ୍ଗପୁର ସହ ଏହାର ପାଖପାଖି ଅଞ୍ଚଳ ବିଶୋଇ, ବହଳଦା ଓ ତିରିଂରେ ସ୍ପଷ୍ଟ ଦେଖିବାକୁ ମିଳିଛି।

ଏହି ସମସ୍ତ ଅଞ୍ଚଳରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି ଓ ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଛି।ତଥାପି ଜାତୀୟ ରାଜପଥ ୨୨୦ (NH-220) ଉପରେ ଭାରୀଯାନ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଯାହାଫଳରେ ପରିବହନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ପେଟ୍ରୋଲ ପମ୍ପଗୁଡିକ ମଧ୍ୟ ବନ୍ଦ ରହିବାରୁ ଯାନଚାଳକମାନେ ଅସୁବିଧାରେ ପଡ଼ୁଛନ୍ତି।
ସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଓ କୌଣସି ଅପ୍ରୀତିକର ଘଟଣା ନ ଘଟେ ତାହା ପାଇଁ ପ୍ରଶାସନ ସଚେତନ ଅଛି।


Share It

Comments are closed.