ବାଘ ପରେ ଏବେ କରୋନା ଭାଇରସରେ ଆକ୍ରାନ୍ତ ହେଲା ବିଲେଇ, ତଥ୍ୟ ଆସିଲା ସାମନାକୁ
କରୋନା ଭାଇରସ ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଛି । ଗୋଟେ ମୁଖ୍ୟ କଥା ହେଉଛି କୋଭିଡ-୧୯ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ , ଏଭଳି ଦୁଇ ପ୍ରକାରରେ ସଂକ୍ରମିତ ହେଉଛି । ଆଉ ଏବେ ଏହି ଭାଇରସ କେବଳ ମଣିଷମାନଙ୍କୁ ଆକ୍ରାନ୍ତ କରିବା ସହ ପୋଷା ଜୀବଙ୍କୁ ମଧ୍ୟ ସଂକ୍ରମିତ ହେବାର ଖବର ଆସିଛି ।
ଆମେରିକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଗୁଡିକ ନ୍ୟୁୟର୍କ ରାଜ୍ୟରେ ଦୁଇଟି ପୋଷା ବିଲେଇଙ୍କ ମଧ୍ୟରେ କରୋନା ଭାଇରସର ପ୍ରଥମ ମାମଲା ମିଳିଥିବାର ସୂଚନା ଦେଇଛନ୍ତି । ତଥାପି, ସେମାନେ ଏହି ପଶୁମାନଙ୍କର ରୁଟିନ୍ ଟେଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି ।
ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) ଏବଂ USDA ଜାତୀୟ ପ୍ରାଣୀ ଚିକିତ୍ସା ସେବା ଲାବୋରେଟୋରୀ (NVSL) ଆଜି SARS-CoV-2ର ପ୍ରଥମ ନିଶ୍ଚିତ ମାମଲା ଘୋଷଣା କରିଛି । ଦୁଇଟି ପୋଷା ବିଲେଇ ଠାରେ ଏହି ଭାଇରସ ଥିବାର CDC ପ୍ରକାଶ କରିଛି ।
ଏଥିରେ ଆଉମଧ୍ୟ କୁହାଯାଇଛି , “ଏହି ସମୟରେ ପଶୁମାନଙ୍କର ରୁଟିନ୍ ଟେଷ୍ଟିଂ ପାଇଁ ସୁପାରିଶ କରାଯାଇ ନାହିଁ। ଯଦି ଆମେରିକାରେ ଅନ୍ୟ ପଶୁମାନଙ୍କ ଠାରେ SARS-CoV-2ର ପଜିଟିଭ ବୋଲି ନିଶ୍ଚିତ କରାଯାଏ, USDA କିଛି ସ୍ବତନ୍ତ୍ର ପଦକ୍ଷେପ ନେବ”।
Comments are closed.