ତାଇୱାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପି ସାଂସଦଙ୍କୁ ଦେଖି ରାଗିଗଲା ଚୀନ
ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନଙ୍କ ଶପଥଗ୍ରହଣ ସମାରୋହରେ ବିଜେପିର ଦୁଇ ସାଂସଦ ଭିଡିଓ କନଫ୍ରେନ୍ସ ଯୋଗେ ଯୋଗ ଦେଇଥିଲେ । ଏହାକୁ ନେଇ କ୍ରୋଧିତ ହୋଇଥିବା ଚୀନ, ଭାରତରୁ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରିବାକୁ କହିଛି । ଗତ ବୁଧବାର ଦିନ ତାଇୱାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଥିଲା । ଦିଲ୍ଲୀରୁ ବିଜେପି ସାଂସଦ ମିନୀକ୍ଷୀ ଲେଖୀ ଏବଂ ରାଜସ୍ଥାନର ଚୁରୁ ସାଂସଦ ରାହୁଲ କାସୱାନ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ ଏବଂ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।
ସାଇ ଇଙ୍ଗ-ୱେନଙ୍କ ଶପଥ ଗ୍ରହଣ ସମାରୋହରେ ୪୧ ଦେଶର ୯୨ ହସ୍ତି ଭିଡିଓ କନଫ୍ରେନ୍ସ ଯୋଗେ ଯୋଗ ଦେଇଥିଲେ । ଏଥିରେ ଭାରତର ଦୁଇ ସାଂସଦଙ୍କ ସମେତ ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପମ୍ପେ ମଧ୍ୟ ସାମିଲ ହୋଇଥିଲେ ।
ବିଜେପି ସାଂସଦଙ୍କର ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ଚୀନ ଅଭିଯୋଗ କରିଛି । ନୂଆ ଦିଲ୍ଲୀରେ ଚୀନ ରାଷ୍ଟ୍ରଦୂତ ଲିଓ ବିଙ୍ଗ ଭାରତକୁ ଲିଖିତ ଅଭିଯୋଗ କରିବା ସହ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରିବା ପାଇଁ ଉପଦେଶ ଦେଇଛି । ଅଭିଯୋଗରେ ଚୀନ ରାଜନୈତିଜ୍ଞଙ୍କ କହିବା ଅନୁଯାୟୀ, ଇଙ୍ଗ ୱେନଙ୍କୁ ଅଭିନନ୍ଦନ ଜଣାଇବା ଠିକ୍ ନୁହେଁ ।
ଏହି ସଂପର୍କରେ କାସୱାନ କହିଛନ୍ତି ଯେ “ମୁଁ ତାଇୱାନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛି । ଯାହା ମୋର ଅନୁଭବ ହେଉଛି ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟର ଉଲ୍ଲଂଘନ ହେଉ ନାହିଁ । ”
Comments are closed.