କେଶର ମୂଳକୁ ମଜବୁତ ଏବଂ କେଶକୁ ଘନ କରିବା ପାଇଁ ବ୍ୟବହାର କରନ୍ତୁ ଏହି ହେୟାର ପ୍ୟାକ

Share It

ଲମ୍ବା ଏବଂ ଘନ କେଶ ପ୍ରତ୍ୟେକ ମହିଳାଙ୍କ ପ୍ରଥମ ପସନ୍ଦ । ପରିବେଶ ପ୍ରଦୂଷଣ, ପ୍‌ରୋଟିନର ଅଭାବ ଏବଂ କିଛି ରସାୟନିକ ଉତ୍ପାଦର ବ୍ୟବହାର ହେତୁ କେଶର ମୂଳ ଦୁର୍ବଳ ହୋଇଯାଇଥାଏ । କେଶ ଝଡା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଫଣ ଘରେ ଉପଲବ୍ଧ ହେଉଥିବା କିଛି ଉତ୍ପାଦକୁ ନେଇ ହେୟାର ପ୍ୟାକ ପ୍ରସ୍ତୁତ କରିପାରିବେ । ୧. ମେଥି, ଆଲୋଭେରା ପେଷ୍ଟ – ମେଥି କେଶକୁ ସ୍ଲିକ ଏବଂ ସ୍ମୁଥ କରିଥାଏ । ଆଲୋଭେରା ଅପଣଙ୍‌କ କେଶରୁ ରୂପିର ସମସ୍ୟାକୁ କମକରିଥାଏ ଏବଂ ମୂଳକୁ ମଜବୁତ କରିଥାଏ । ମେଥିକୁ କିଛି ସମୟ ପାଣିରେ ଭିଜାଇ ରଖନ୍ତୁ ଏବଂ ଏହା ପରେ ଆଲୋଭେରାକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁକେଶର ମୂଳରେଲଗାଇ ୨ଘଣ୍ଟା ପାଇଁ ରଖିଦିଅନ୍ତୁ ଏବଂ ଏହା ପରେ ଉଷୁମ ପାଣି କିମ୍ବା ଥଣ୍ଡା ପାଣିରେ ଭଲଭାବେ ଧୋଇଦିଆନ୍ତୁ ।
୨. ଦହି – ଦହି କେଶରେ ପ୍ରାକୃତିକ କଣ୍ଡିସନରଭାବେ କାର୍ଯ୍ୟ କରିଥାଏ । ଏହା ମଧ୍ୟ ରୂପି ସମସ୍ୟା, ରୁକ୍ଷ ମୂଳ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା କେଶକୁ ଚମକଦାର ଏବଂ ସ୍ମୁଥ କରିଥାଏ । ଦହିର ଆଣ୍ଟି-ଆକ୍ସିଡାଣ୍ଟ ଗୁଣ କେଶର ମୂଳକୁ ମଜବୁତଲ କରିଥାଏ । ଦହିର ପ୍ୟାକ କେଶର ମୂଳରେ ଏବଂ କେଶରେ ଭଲଭାବେ ଲଗାଇ ଦିଅନ୍ତୁ ଏବଂ ୧ଘଣ୍ଟାପରେ ଭଲଭାବେ ଧୋଇଦିଅନ୍ତୁ । ସପ୍ତାହକୁ ଥରେ ଏପରି କରିବା ଦ୍ୱାରା ଆପଣ ଗୋଟିଏ ମାସ ପରେ କେଶରେ ପରିବର୍ତ୍ତନ ଦେଖିପାରିବେ ।
୩. ଅଣ୍ଡା – ଅଣ୍ଡାରେ ଭରପୁର ପରିମାଣରେ ଓମେଗା-୩ ରହିଛି ଯାହା କେଶର ବୃଦ୍ଧିରେ ସାହାଯ୍ୟ କରିଥାଏ । ଅଣଅଡାରେ ଆପଣ ଲେମ୍ବୁ କିମ୍ବା ଦହି କିମ୍ବା ଅଲିଭ ଅଏଲ ମିଶାଇ ମଧ୍ୟ ଲଗାଇପାରିବେ । କେଶର ଏହାର ପେଷ୍ଟକୁ ୩୦ମିନିଟ ରଖନ୍ତୁ ଏବଂ ଏହା ପରେ ଭଲଭାବେ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହା ସପ୍ତାହରେ ଦୁଇ ଥର ଲଗାଇପାରିବେ ।
୪. ଅଁଳା , ସିକାକାଇ , ନଡିଆ ତେଲର ପେଷ୍ଟ – ଅଁଳାରେ ଭିଟାମିନ ସି, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଫ୍ଲେମିନଏଡ ରହିଥାଏ ଯାହା କେଶର ମୂଳକୁ ଶକ୍ତ କରିଥାଏ । ସିକାକାଇ ମଧ୍ୟ କେଶର ମୂଳକୁ ମଜବୁତ କରଥାଏ । ନଡିଆ ତେଲ କେଶର ଫାଟିବାକୁ କମ କରିଥାଏ । ଆପଣ ଅଁଳା ପାଉଡର, ସିକାକାଇ ପାଉଡର ଏବଂ ନଡିଆ ତେଲକୁ ମିଶାଇ ହାଲକା ଗରମ କରିନିଅନ୍ତୁ ଏବଂ ୨ରୁ ୩ଘଣ୍ଟା ରଖି ଭଲଭାବେ ଧୋଇଦିଅନ୍ତୁ ।
୫. ମନ୍ଦାର ପତ୍ର , ମେଥି ପ୍ୟାକ – ମେଥି କେଶକୁ ପ୍ରାକୃତିକ କଣ୍ଡିସନିଂ ଏବଂ ଉଜ୍ଜ୍ୱଳତା ପ୍ରଦାନ କରିଥାଏ । କିଛି ମେଥିକୁ ପାଣିରେ ଭିଜାଇ ଦିଅନ୍ତୁ । ୫ରୁ ୬ଘଣ୍ଟା ପରେ ମେଥି ସହିତ ମନ୍ଦାର ପତ୍ର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏଥିରେ ଆପଣ ଗୋଲାପ ଜଳ ମଧ୍ୟ ପକାଇପାରିବେ । ପରେ ଏହାକୁ ଲଗାଇ ୨ଘଣ୍ଟା ରଖନ୍ତୁ ଏବଂ ଭଲଭାବେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

 


Share It

Comments are closed.