ଟ୍ରୁକଲର ନୂତନ ଏଆଇ କଲର ଆଇଡି ସେବାର ଶୁଭାରମ୍ଭ

Share It

ଭୁବନେଶ୍ୱର : ବିଶ୍ୱରେ ୪୫ କୋଟିରୁ ଅଧିକ ସକ୍ରିୟ ବ୍ୟବହାରକାରୀମାନଙ୍କ ସହିତ ଟ୍ରୁକଲର କେବଳ ଏକ କଲର ଆଡି ସେବା ନୁହେଁ , ଏହା ଏକ ଭରସାଯୋଗ୍ୟ ଗାଇଡ ଭାବେ ଉଭୟ, କିଏ ଡାକୁଛି ଓ କାହିଁକି ଡାକୁଛି ବୁଝିବାରେ ଲୋକଙ୍କୁ ସାହାଯ୍ୟ କରେ । ଟ୍ରୁକଲର ବର୍ତମାନ ଏଆଇ ଉପଯୋଗ କରି ବ୍ୟବହାରକାରୀଙ୍କୁ ଆସୁଥିବା କଲଗୁଡିକ ବିଷୟରେ ଅଧିକ ଗଭୀର ପ୍ରାସଙ୍ଗିକ ତଥ୍ୟ ଦେଉଛି, ଯାହା କଲର ର ନାମ ଦେଖାଇବା ପାଇଁ କେବଳ ସୀମିତ ନୁହେଁ । ଏଥିରେ ବ୍ୟବହାରକାରୀ ମତାମତର ଏଆଇ ସାରାଂଶ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଠକେଇ ସନ୍ଦେହ ଥିବା କଲ ଗୁଡିକ ଚିହ୍ôନଟ କରିବା , ସ୍ପାମ ଚିହ୍ନିବା ଏବଂ ଉପଯୁକ୍ତ ବ୍ୟବସାୟ ବର୍ଗକୁ ସୁଚିତ କରିବା ପର୍ଯ୍ୟନ୍ତ ଏହି ସମସ୍ତ ତଥ୍ୟ ତୁରନ୍ତ ଦିଆଯାଉଛି ।
ପାରମ୍ପରିକ ଟେଲିକମ ଅପରେଟର ମାନେ ଯେଉଁ କଲର ଆଇଡି ସେବା ଦେଇଥିଲେ , ସେଥିରେ ସାଧାରଣତଃ ନାମ (ଯଦି ଉପଲବ୍ଧ ଥାଏ) ଓ କେବେ କେବେ ସରଳ ସ୍ପାମ ଟ୍ୟାଗ ଦେଖାଯାଏ । ଏହାଠାରୁ ବିପରୀତ, ଟ୍ରୁକଲର ଏଆଇ ଓ ରିଅଲ-ଟାଇମ ଇନସାଇଟ ବ୍ୟବହାର କରି ଏକ ଅଧିକ ବୁଦ୍ଧିମତା ଭିତିକ ରକ୍ଷା କବଚ ପ୍ରସ୍ତୁତ କରିଛି ।
“ଲୋକମାନେ ଅଜଣା ନମ୍ବରର କଲର ଉତର ଦେବାରେ ଦ୍ୱିଧା କରନ୍ତି, କାରଣ ସେମାନେ ପ୍ରସଙ୍ଗ ବୁଝିପାରନ୍ତି ନାହିଁ । ଏବେର ଦୁନିଆରେ ପ୍ରସଙ୍ଗ ହିଁ ସବୁକିଛି ବୋଲି କହିଛନ୍ତି ଟ୍ରୁକଲର ସିଇଓ ରିଶିତ ଝୁନଝୁନୱାଲା । ” ସେ ଆହୁରୀ କହିଛନ୍ତି “କିଏ କଲ କରୁଛି ତାହା ଚିହ୍ନଟ କରିବା ପାଇଁ ନୁହେଁ ବରଂ କାହିଁକି କଲ କରୁଛି ତାହା ବୁଝିବାରେ ସାହାଯ୍ୟ କରିବା ଭଳି ସମସ୍ୟାର ସମାଧାନ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହା ତୁମ ନେଟୱାର୍କର କେହି, ଡେଲିଭରି, ବ୍ୟବସାୟ କଲ ନା ସ୍ପାମ ? ଆମର ଏଆଇ ରିଅଲ ଟାଇମ ଡାଟା ଓ ପ୍ରାସଙ୍ଗିକ ସିଗ୍ନାଲ ବ୍ୟବହାର କରି ଆପଣଙ୍କ ଫୋନ ବାଜିବା ସହ ସ୍ପଷ୍ଟତା ଦେଇଥାଏ ଓ ସନ୍ଦେହକୁ ଦୂର କରିଥାଏ । ”
ଟ୍ରୁକଲର ଆଇଡି ଏକ ଗତିଶୀଳ ଏଆଇ-ଚାଳିତ ଇଂଜିନ ଦ୍ୱାରା ପରିଚାଳିତ ଯାହା ସାରା ବିଶ୍ୱରେ କଲ, ମେସେଜ ଏବଂ ଉପଭୋକ୍ତା ମତାମତରୁ କୋଟି କୋଟି ସିଗନାଲକୁ ପ୍ରତ୍ୟେକ ଦିନ ବ୍ୟାଖ୍ୟା କରେ । ସ୍ଥିର ଡାଟାବେସ କିମ୍ବା ବିଳମ୍ବିତ ଟେଲିକମ ଅପଡେଟ ଉପରେ ନିର୍ଭର କରୁଥିବା ପାରମ୍ପାରିକ ବ୍ୟବସ୍ଥା ଗୁଡିକ ପରି ନୁହେଁ । ଟ୍ରୁକଲର ବାସ୍ତବ-ସମୟ ବୁଦ୍ଧିମତା ପ୍ରଦାନ କରେ ଯାହା ଉପଭୋକ୍ତା ଆଚରଣ, ଯୋଗାଯୋଗ ପଦ୍ଧତି ଏବଂ ଉଦୀୟମାନ ବିଶ୍ୱ ସ୍ପାମ ଏବଂ ଠକେଇ ବିପଦ ସହିତ ବିକଶିତ ହୁଏ ।


Share It

Comments are closed.