ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଟ୍ରୁକଲର ଏବଂ ଖୟାଲ ସହବନ୍ଧିତ

Share It

ଭୁବନେଶ୍ୱର: ଅଜଣା ଟେକ୍ନୋଲୋଜି ଓ ଦ୍ରୁତ ବେଗରେ ବଢୁଥିବା ଠକେଇ କୌଶଳ ଯୋଗୁଁ ୫୦ ବର୍ଷରୁ ଅଧିକ ବୟସର ଲୋକମାନେ ସାଇବର କ୍ରାଇମର ଅଧିକ ଶିକାର ହେଉଛନ୍ତି । ସେମାନେ କେବଳ ଅର୍ଥ ହରାଉନାହାନ୍ତି କରଂ ସୁରକ୍ଷା ଓ ବିଶ୍ୱାସର ଭାବନା ମଧ୍ୟ ହରାଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଅଗ୍ରଣୀ ଗ୍ଲୋବାଲ କମ୍ୟୁନିକେଶନ୍ସ ପ୍ଲାଟଫର୍ମ ଟ୍ରୁକଲର, ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଭାରତର ଏକ ନମ୍ବର ଆପ ଖୟାଲ ସହ ସହଭାଗିତା ଘୋଷଣା କରିଛି । ଏହି ସହଭାଗିତା ବରିଷ୍ଠ ନାଗରିକଙ୍କ ସହ ଖୟାଲର ଗଭୀର ସଂଯୋଗକୁ ଟ୍ରୁକଲର୍‌ର ଅତ୍ୟାଧୁନିକ କଲର ଆଇଡେଂଟିଫିକେଶନ ଟେକ୍ନୋଲୋଜି ସହ ମିଶ୍ରଣ କରିଛି । ମିଳିତ ଭାବେ ସେମାନେ ଏକ ମଜବୁତ ଓ ସୁରକ୍ଷିତ ଢାଲ ସୃଷ୍ଟି କରିବେ ଯାହା ଭାରତର ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷିତ ଓ ସଂଯୋଜିତ ସମୁଦାୟ ଗଠନ କରିବା ସହ ବିଶ୍ୱାସ ଓ ନିର୍ଭରଯୋଗ୍ୟ ଯୋଗାଯୋଗକୁ ପ୍ରୋତ୍ସାହିତ କରିବ ।
ଏସମ୍ପର୍କରେ ଟ୍ରୁକଲରର ଗ୍ଲୋବାଲ ସିଇଓ ରିସିତ ଝୁନଝୁନୱାଲା କହିଛନ୍ତି, “ଡିଜିଟାଲ ଯୁଗ ଆମର ବରିଷ୍ଠ ନାଗରିକଙ୍କୁ ଅନେକ ସୁବିଧା ଦେଉଥିବା ବେଳେ ଏହା ସେମାନଙ୍କ ପାଇଁ ଅନେକ ବିପଦ ମଧ୍ୟ ଆଣୁଛି । ଖୟାଲ ସହ ଆମର ସହଭାଗିତା ବରିଷ୍ଠ ନାଗରିକଙ୍କୁ ଏହି କ୍ଷେତ୍ରକୁ ସୁରକ୍ଷିତ ଭାବେ ସାମ୍‌ନା କରିବା ପାଇଁ ସୂଚନା ଓ ଉପକରଣ ସହ ସୁସଜ୍ଜିତ କରିବା ଦିଗରେ ଏକ ସାର୍ଥକ ପଦକ୍ଷେପ ଅଟେ ।” ସେହିପରି ଖୟାଲର ପ୍ରତିଷ୍ଠାତା ଓ ସିଇଓ ହିମାଂଶୁ ଜୈନ କହିଛନ୍ତି, “ଖୟାଲରେ ଆମେ ବହୁ ଦିନରୁ ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ଏହି ନୀରବ ସଙ୍କଟକୁ ଚିହ୍ନଟ କରିଛୁ ଏବଂ ଡିଜିଟାଲ କର୍ମଶାଳା ମାଧ୍ୟମରେ ସଚେତନତା ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ରହିଛୁ । ଟ୍ରୁକଲର ସହ ଏହି ସହଭାଗିତା ଉକ୍ତ ପ୍ରତିବଦ୍ଧତାକୁ ଆଗକୁ ବଢାଇଛି । ରେଡ୍ ଫ୍ଲାଗଗୁଡିକୁ ଚିହ୍ନଟ କରିବା ଶିଖି, ନିଜକୁ ଟ୍ରୁକଲର ଭଳି ସଠିକ ଟୁଲ ସହ ସୁସଜ୍ଜିତ କରି ଏବଂ ନୂଆ ଠକେଇ କୌଶଳଗୁଡିକ ସମ୍ପର୍କରେ ସୂଚିତ ରହି ବରିଷ୍ଠ ନାଗରିକମାନେ ନିଜର ସ୍ୱାଧୀନତାକୁ ବଜାୟ ରଖିପାରିବେ ଏବଂ ଠକଙ୍କଠାରୁ ନିଜକୁ ସୁରକ୍ଷିତ ରଖିପାରିବେ ।”
ଏହି ସହଭାଗିତା ଅନୁଯାୟୀ, ଖୟାଲର ସମସ୍ତ ସଦସ୍ୟମାନେ ଟ୍ରୁକଲର ପ୍ରିମିୟମ ମେମ୍ବରସିପ ଉପରେ ୫୦%ର ସ୍ୱତନ୍ତ୍ର ରିହାତି ପାଇବେ । ଏହା ସେମାନେ ଯେପରି ଅଧିକ ଆଡଭାନ୍ସଡ କଲର ଆଇଡେଂଟିଫିକେଶନ ଓ ସ୍ପାମ ପ୍ରୋଟେକ୍ସନ ଫିଚର ପାଇପାରିବେ ତାହା ନିଶ୍ଚିତ କରିବ । ଏହି ବିସ୍ତୃତ ସୁରକ୍ଷା ପଦକ୍ଷେପର ଅଂଶ ଭାବେ ଖୟାଲ ଓ ଟ୍ରୁକଲର ମିଳିତ ଭାବେ ଉତ୍ସର୍ଗୀକୃତ ଶିକ୍ଷଣୀୟ ବିଷୟବସ୍ତୁ ପ୍ରସ୍ତୁତ କରିବେ । ଏଥିରେ ନୂଆ ନୂଆ ଠକାମି କୌଶଳଗୁଡିକୁ ଉନ୍ମୋଚନ କରୁଥିବା ‘ନ୍ୟୁ ସ୍କାମ ହାଇଲାଇଟ୍‌ସ’ ସେଶନ, ଇଂଟରାକ୍ଟିଭ ‘ସ୍ପଟ ଦ ସ୍କାମ’ ୱର୍କସପ ଓ ପ୍ରତିଯୋଗିତା, ଅଜଣା ନମ୍ବରରୁ ଆସୁଥିବା କଲଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଜରୁରୀ ମାର୍ଗଦର୍ଶନ ଏବଂ ଠକେଇ ପ୍ରୟାସକୁ ଚିହ୍ନଟ କରିଥିବା ଓ ଏଡାଇଥିବା ଖୟାଲର ବରିଷ୍ଠ ନାଗରିକଙ୍କଠାରୁ ପ୍ରଶଂସାପତ୍ର ସାମିଲ ରହିବ । ଏହି ପଦକ୍ଷେପକୁ ଡିଜିଟାଲ ଓ ଅନ୍‌-ଗ୍ରାଉଣ୍ଡ ଫର୍ମାଟଗୁଡିକରେ କାର୍ଯ୍ୟକାରୀ କରାଯିବ । ଏହାକୁ ଖୟାଲର ‘୫୦ଏବଂ୫୦’ ଇଭେଂଟ ମାଧ୍ୟମରେ ମଧ୍ୟ ବିସ୍ତାର କରାଯିବ । ଟ୍ରୁକଲରର ମାଗଣା ସଂସ୍କରଣ କାର୍ଯ୍ୟକ୍ଷମ ରହିଥିବା ବେଳେ ପ୍ରିମିୟମ ସବ୍‌ସ୍କ୍ରିପଶନରେ ଉନ୍ନତ ସ୍ପାମ ବ୍ଲକିଙ୍ଗ ଓ ବିଭିନ୍ନ ଆଧୁନିକ ସୁରକ୍ଷା ଫିଚର ସାମିଲ ରହିଛି ଯାହା ବରିଷ୍ଠ ନାଗରିକଙ୍କୁ ଠକେଇ ଓ ଅବାଂଛିତ ଯୋଗାଯୋଗରୁ ସୁରକ୍ଷିତ ରଖିବ ।

 


Share It

Comments are closed.