ଟ୍ରୁକଲର୍ ପକ୍ଷରୁ ‘ଫ୍ୟାମିଲି ପ୍ରୋଟେକ୍ସନ’ ସେବାର ଶୁଭାରମ୍ଭ
ଭୁବନେଶ୍ୱର : ଆଜିକାଲି ଡିଜିଟାଲ୍ ଦୁନିଆରେ ନକଲି ପରିଚୟ, ଏଆଇ ଭଏସ୍ କ୍ଲୋନିଂ ଏବଂ ଡିଜିଟାଲ୍ ଗିରଫ ଭଳି ନୂଆ ନୂଆ ଉପାୟରେ ଠକେଇ ବଢ଼ିବାରେ ଲାଗିଛି। ଏହି ବିପଦରୁ ଭାରତୀୟ ପରିବାରକୁ ରକ୍ଷା କରିବା ପାଇଁ ‘ଟ୍ରୁକଲର’ ଏକ ବିଶେଷ ସୁବିଧା ‘ଫ୍ୟାମିଲି ପ୍ରୋଟେକ୍ସନ’ ସେବାର ଶୁଭାରମ୍ଭ କରାଯାଇଛି। ବିଶ୍ୱର ଅନ୍ୟ କେତେକ ଦେଶରେ ସଫଳ ହେବା ପରେ ଏବେ ଏହା ଭାରତରେ ଉପଲବ୍ଧ।
ଟ୍ରୁକଲର ସିଇଓ ରିଜିତ ଝୁନଝୁନୱାଲାଙ୍କ କହିବା ଅନୁସାରେ, ୨୦୧୦ ମସିହାରେ କେବଳ କିଏ କଲ୍ କରୁଛି ତାହା ଜାଣିବା ଯଥେଷ୍ଟ ଥିଲା, କିନ୍ତୁ ୨୦୨୬ର ଏହି ଡିଜିଟାଲ୍ ଯୁଗରେ କଲ୍ଟି ଉଠାଇବା ସୁରକ୍ଷିତ କି ନୁହେଁ ତାହା ଜାଣିବା ଅଧିକ ଜରୁରୀ। ଆଜିକାଲି ଠକମାନେ ଲୋକଙ୍କୁ ଭାବପ୍ରବଣ କରି ନୂଆ ନୂଆ ଉପାୟରେ ଠକୁଥିବାରୁ, ସମସ୍ତେ ମିଶି ଏହାର ମୁକାବିଲା କରିବା ଆବଶ୍ୟକ। ଏଥିପାଇଁ ଟ୍ରୁକଲର୍ ଭାରତରେ ‘ଫ୍ୟାମିଲି ପ୍ରୋଟେକ୍ସନ’ ସୁବିଧା ଆରମ୍ଭ କରିଛି। ଏହାଦ୍ୱାରା ପରିବାରର ଯେଉଁ ସଦସ୍ୟ ଟେକ୍ନୋଲୋଜି ବିଷୟରେ ଅଧିକ ଜାଣିଛନ୍ତି, ସେ ନିଜ ପ୍ରିୟଜନଙ୍କ ପାଇଁ ଏକ ‘ଡିଜିଟାଲ୍ ଅଭିଭାବକ’ ସାଜି ସେମାନଙ୍କୁ ଫ୍ରଡ୍ କଲ୍ରୁ ରକ୍ଷା କରିପାରିବେ। ଯଦିଓ ଏହି ସେବାଟି ସମ୍ପୂର୍ଣ୍ଣ ମାଗଣା, କିନ୍ତୁ ଯଦି ପରିବାରର ମୁଖ୍ୟ ଜଣକ ଏହାର ‘ପ୍ରିମିୟମ୍ ପ୍ଲାନ୍’ ନିଅନ୍ତି, ତେବେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଅଧିକ ଉନ୍ନତ ଧରଣର ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ହେବ।
ଭାରତରେ ଯେପରି ଭାବରେ ଡିଜିଟାଲ୍ କାରବାର ବଢୁଛି, ସେହିପରି ମୋବାଇଲ୍ ଠକେଇ ମଧ୍ୟ ଏକ ବଡ଼ ସମସ୍ୟା ହୋଇଛି। ଏହା କେବଳ ଆର୍ôଥକ କ୍ଷତି କରୁନାହିଁ, ବରଂ ଲୋକଙ୍କୁ ମାନସିକ ଚାପରେ ମଧ୍ୟ ରଖୁଛି। ଏହି ବିପଦରୁ ରକ୍ଷା କରିବା ପାଇଁ ଟ୍ରୁକଲର୍ ଏବେ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ, ବରଂ ସମଗ୍ର ପରିବାରକୁ ସୁରକ୍ଷା ଦେବାକୁ ଲକ୍ଷ୍ୟ ରଖିଛି। ସେମାନଙ୍କର ନୂଆ ‘ଫ୍ୟାମିଲି ପ୍ରୋଟେକ୍ସନ’ ବ୍ୟବସ୍ଥା ଆଧୁନିକ ଏଆଇ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଡିଜିଟାଲ୍ ଠକେଇ ବିରୋଧରେ ଏକ ଶକ୍ତିଶାଳୀ ପ୍ରତିରକ୍ଷା ବଳୟ ତିଆରି କରୁଛି। ଏହି ସୁବିଧା ମାଧ୍ୟମରେ ପରିବାରର ସବୁଠାରୁ ଜ୍ଞାନୀ ସଦସ୍ୟ ଅନ୍ୟମାନଙ୍କୁ ସୁରକ୍ଷା ଦେଇପାରିବେ, ଯାହାଦ୍ୱାରା ପ୍ରତ୍ୟେକ ଘରର ଯୋଗାଯୋଗ ଏବେ ଅଧିକ ନିରାପଦ ଓ ବିଶ୍ୱସ୍ତ ହୋଇପାରିବ।

Comments are closed.