ଏହି ରାଶିର ବ୍ୟକ୍ତି ଉପରେ ହେବ ଟଙ୍କା ବର୍ଷା , ଜାଣି ରଖନ୍ତୁ

Share It

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ବୁଧ ଓ ସୂର୍ଯ୍ୟଙ୍କ ଚଳନ ଆଜି ସକାଳ ୫ ଟା ୨୦ ମିନିଟ୍ ସମୟରେ ହୋଇଛି। ଗୋଟିଏ ରାଶିରେ ତିନି ଗ୍ରହଙ୍କ ଶୁଭ ଚଳନ ତ୍ରିଗ୍ରାହୀ ଯୋଗ ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ତ୍ରିଗ୍ରାହୀ ଯୋଗ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ଶନି-ସୂର୍ଯ୍ୟ-ବୁଧଙ୍କ ସ୍ଥିତିଙ୍କ ମଜବୁତ୍ ଥାଏ। ତେବେ,ବ୍ୟକ୍ତି ଜୀବନରେ ସଫଳତା ହାସଲ କରିବା ସହିତ କ୍ୟାରିୟରରେ ଅଗ୍ରଗତି କରିଥାଏ। ତେବେ, ଆସନ୍ତୁ ଜାଣିବା ତ୍ରିଗ୍ରାହୀ ଯୋଗ କେଉଁ ରାଶିର ଭାଗ୍ୟ ଚମକାଉଛି…
ମେଷ: ତ୍ରିଗ୍ରାହୀ ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। କର୍ମକ୍ଷେତ୍ରରୁ ଶୁଭଫଳ ମିଳିବ। ପଦୋନ୍ନତି ମିଳିବା ସହ ଦରମା ବଢିବ। କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଆର୍ଥିକ କାରବାର ଭଲ ହେବ। ବ୍ୟବସାୟରେ ଗ୍ରାହକଙ୍କ ସଂଖ୍ୟା ବଢିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବୃଷ: ତ୍ରିଗ୍ରାହୀ ଯୋଗ ଏହି ରାଶିର ଭାଗ୍ୟ ଚମକାଇବ। କର୍ମକ୍ଷେତ୍ରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ କମ୍ପିଟେଟିଭ ଏକଜାମ୍ ଦେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ପୁରୁଣା ନିବେଶରୁ ଲାଭ ପାଇବେ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ, କାରବାର ବଢିବା ସହ ଭଲ ଦ୍ବି-ପଇସା ଲାଭ ପାଇବେ। ପିତାମାତାଙ୍କ ସହ ଦୂର ଯାତ୍ରା କରିବେ।
ମିଥୁନ: ତ୍ରିଗ୍ରାହୀ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଶୁଭଦାୟୀ ରହିବ। କର୍ମକ୍ଷେତ୍ରରୁ ସମ୍ମାନୀତ ହେବେ। ନୂଆ ଚାକିରି ପାଇବାର ଯୋଗ ରହିଛି। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ଅଫର ମିଳିବ। ସରକାରୀ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବା ସହିତ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। ରାଜନୈତିକ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଦଳ ପକ୍ଷରୁ ବଡ ଦାୟିତ୍ବ ମିଳିବ। ପିତାମାତାଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ହେଲେ ଲଭ୍ ମେଟ୍ ଙ୍କ ପାଇଁ ସମୟ ଖାସ୍ ରହିବ ନାହିଁ।
ସିଂହ: ତ୍ରିଗ୍ରାହୀ ଯୋଗ ଏହି ରାଶିଙ୍କ ଭାଗ୍ୟ ଫିଟାଇବ। ବିଶେଷକରି, ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ପ୍ରଚୁର ଟଙ୍କା ରୋଜଗାର କରିବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ।
ଧନୁ: ଧନୁ ରାଶିର ଭାଗ୍ୟରେ ବଦଳାଇବ ତ୍ରି-ଗ୍ରାହୀ ଯୋଗ । ଏହି ସମୟ ମଧ୍ୟରେ ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଯେଉଁ ମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ମନ ପସନ୍ଦର ଚାକିରି ମିଳିବ। ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବିନିଯୋଗ କଲେ ଭଲ ଲାଭ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ସାଥୀଙ୍କୁ ବିବାହ କରିବେ। ପ୍ରେମ ବିବାହରେ ଆସୁଥିବା ସମସ୍ୟା ଦୂର ହେବ।
କୁମ୍ଭ: ତ୍ରିଗ୍ରାହୀ ଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଶୁଭ ରହିବ। କାରବାର ଭଲ ରହିବ। ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବେ। ସମ୍ପତ୍ତିରୁ ଲାଭ ପାଇବେ। ଦିର୍ଘ ଦିନ ଧରି ଘର କିଣିବାର ସ୍ବପ୍ନ ସାକାର ହେବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ଡେଟ୍ ରେ ଯିବେ। ପରିବାର ସହ ଲାଗି ରହିଥିବା ବିବାଦ ଦୂର ହେବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ।
ମୀନ: ତ୍ରିଗ୍ରାହୀ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବାକୁ ଯାଉଛି। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଚାକିରି କରୁଥିବା ଲୋକେ କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ପାଇବେ। ବ୍ୟବସାୟରେ ଅଗ୍ରଗତି କରିବେ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଟଙ୍କା ସଂଚୟ କରିବାରେ ସଫଳ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ଲଟେରୀରୁ ଲାଭବାନ୍ ହେବେ। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି।


Share It

Comments are closed.