ଟ୍ରାଇଡେଂଟ ଲିମିଟେଡ ପକ୍ଷରୁ ବଡ ନିଯୁକ୍ତି ସୁଯୋଗ ଘୋଷଣା

Share It

ଭୁବନେଶ୍ୱର : ଭାରତର ପ୍ରତିଷ୍ଠିତ କମ୍ପାନୀ ଟ୍ରାଇଡେଂଟ ଲିମିଟେଡ୍ ପକ୍ଷରୁ ଏକ ବଡ଼ ଧରଣର ନିଯୁକ୍ତି ସୁଯୋଗ ଘୋଷଣା କରାଯାଇଛି। କମ୍ପାନୀ ନିଜର ଉତ୍ପାଦନ ବିଭାଗରେ ୩୦୦୦ରୁ ଅଧିକ ନୂଆ ନିଯୁକ୍ତି ଦେବାକୁ ଯାଉଛି। ବୟନ ଶିଳ୍ପ କ୍ଷେତ୍ରରେ ଦକ୍ଷତା ବଢ଼ାଇବା ଏବଂ ରୋଜଗାର ସୃଷ୍ଟି କରିବା ଭଳି ଜାତୀୟ ଲକ୍ଷ୍ୟକୁ ସାକାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଏହି ଘୋଷଣା ସମ୍ପର୍କରେ ଟ୍ରାଇଡେଂଟ ଗ୍ରୁପର ଗ୍ରୁପ ସିଏଚଆରଓ ପୁଜା ବି. ଲୁଥ୍ରା କହିଛନ୍ତି, “ଟ୍ରାଇଡେଂଟରେ ଆମେ ଦୃଢ ଭାବେ ବିଶ୍ୱାସ କରୁ ଯେ, ପ୍ରତିଭା ଭାରତର ନିର୍ମାଣ କ୍ଷେତ୍ର ରୂପାନ୍ତରଣର ମୂଳଦୁଆ ଗଠନ କରିଥାଏ। ଏହି ବୃହତ ସ୍ତରର ନିଯୁକ୍ତି ଅଭିଯାନ ମାଧ୍ୟମରେ ଆମେ ଆମର କର୍ମବଳକୁ ସୁଦୃଢ କରିବା ସହିତ ଏକ ସ୍ଥିର ଓ ଭବିଷ୍ୟତ-ପ୍ରସ୍ତୁତ ନିର୍ମାଣ ଇକୋସିଷ୍ଟମର ଜାତୀୟ ଲକ୍ଷ୍ୟକୁ ପୂରଣ କରିବାରେ ସହଯୋଗ କରୁଛୁ। ବ୍ୟବସାୟିକ ସମ୍ପ୍ରସାରଣ ବାହାରେ, ଦୀର୍ଘସ୍ଥାୟୀ କ୍ୟାରିୟରଗୁଡିକୁ ପ୍ରୋତ୍ସାହିତ କରିବା, ସମୁଦାୟଗୁଡିକୁ ସଶକ୍ତ କରିବା ଏବଂ ଗ୍ଲୋବାଲ ମାନୁଫ୍ୟାକ୍‌ଚରିଂ ଲିଡରସିପ ଦିଗରେ ଭାରତର ଯାତ୍ରାରେ ସାର୍ଥକ ଯୋଗଦାନ ଦେବା ଉପରେ ଆମର ଗୁରୁତ୍ୱ ଜାରି ରହିଛି।”
ଏହି ଅଭିଯାନର ଅଂଶ ଭାବେ ଏକାଧିକ ଟେକ୍ନିକାଲ ଓ ଅପରେଶନାଲ ପୋଜିସନ ଯେପରିକି ଅପରେଟର, ବୁଣାକାର, ଷ୍ଟିଚର, ଫିଟର, ଇଲେକ୍‌ଟ୍ରିସିଆନ ଓ ଅନ୍ୟାନ୍ୟ ଦକ୍ଷତାର ଭୂମିକାଗୁଡିକ ପାଇଁ ଆବେଦନ ଆମନ୍ତ୍ରଣ କରାଯାଉଛି। ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ସମ୍ବନ୍ଧିତ ଶିଳ୍ପ ଅଭିଜ୍ଞତା ଉପରେ ଆଧାର କରି ସେମାନଙ୍କୁ ଚୟନ କରାଯିବ। ଟ୍ରାଇଡେଂଟ ବିବିଧ ଦକ୍ଷତା ସ୍ତର ଓ ଅଭିଜ୍ଞତାକୁ ଚିହ୍ନଟ କରିବା ପାଇଁ ଏକ ଢାଂଚାଗତ କମ୍ପେନସେଶନ ଫ୍ରେମୱର୍କ ସ୍ଥାନ କରିଛି।
୨ ରୁ ୩ ବର୍ଷ ପର୍ଯ୍ୟନ୍ତ ଅଭିଜ୍ଞତାଥିବା ପେସାଦାର ବ୍ୟକ୍ତି ୨୫,୦୦୦ ଟଙ୍କାର ଏକ ମାସିକ ବେତନ ପାଇବେ, ସେହିପରି ୩ ବର୍ଷରୁ ଅଧିକ ଓ ୫ ବର୍ଷ ପର୍ଯ୍ୟନ୍ତ ଅଭିଜ୍ଞତା ଥିବା ବ୍ୟକ୍ତି ମାସିକ ୩୬,୦୦୦ ଟଙ୍କାର ବେତନ ପାଇବେ ଏବଂ ୫ ବର୍ଷରୁ ଅଧିକ ଓ ୭ ବର୍ଷ ପର୍ଯ୍ୟନ୍ତ ଉନ୍ନତ ବିଶେଷଜ୍ଞତା ଥିବା ବ୍ୟକ୍ତିଙ୍କୁ ମାସିକ ୫୦,୦୦୦ ଟଙ୍କାର ବେତନ ଦିଆଯିବ। ଏହି ଅଭିଯାନ ମାଧ୍ୟମରେ ଟ୍ରାଇଡେଂଟ ଏହାର ଅଭିବୃଦ୍ଧି କାହାଣୀର ମୂଳ ଉପାଦାନ ଭାବେ ମାନବ ପୁଞ୍ଜିରେ ନିବେଶ କରିବା ଜାରି ରଖିଛି। ଗ୍ରୁପ ସମାବେଶୀ ପ୍ରଗତିକୁ ପ୍ରୋତ୍ସାହିତ କରିବା, ଏହାର ଉତ୍ପାଦନ କ୍ଷମତାକୁ ଶକ୍ତିଶାଳୀ କରିବା ଏବଂ ନିଜର କର୍ମବଳ ପାଇଁ ଦୀର୍ଘକାଳିନ ଆର୍ଥିକ ସୁରକ୍ଷା ଓ କ୍ୟାରିୟର ଆଡ୍‌ଭାନ୍ସମେଂଟ ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ ରହିଛି।


Share It

Comments are closed.