ଭାରତର ବୃହତ୍ତମ ଫ୍ୟାସନ ଡେଷ୍ଟିନେସନ ‘ଟ୍ରେଣ୍ଡସ’ ଏବେ ଗୁଣୁପୁରରେ
ଭୁବନେଶ୍ୱର/ରାୟଗଡା: ଭାରତର ବୃହତ୍ତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ‘ଟ୍ରେଣ୍ଡସ‘ ଓଡ଼ିଶାର ରାୟଗଡା ଜିଲାର ଗୁଣୁପର ସହରରେ ତାହାର ନୂଆ ଷ୍ଟୋର ଖୋଲିବା ସମ୍ପର୍କରେ ଘୋଷଣା କରିଛି ।
ଟ୍ରେଣ୍ଡସ ବାସ୍ତବରେ ଭାରତର ଫ୍ୟାସନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିଛି ଏବଂ ସମ୍ପର୍କ ସୁଦୃଢ କରିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି ।
ଏହି ଟ୍ରେଣ୍ଡସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ଆମ୍ବିଏନ୍ସ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜର ପରିସର ଓ ସୁଲଭ ମୂଲ୍ୟ ତଥା ଟଙ୍କାକୁ ଚାହିଁ ଉଚ୍ଚ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି । ଏହି ସହରର ଗ୍ରାହକମାନେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇବାକୁ ଆଶା ରଖିଛନ୍ତି ।
ଏହି ୬୫୦୦ ବର୍ଗଫୁଟର ଷ୍ଟୋର ହେଉଛି ପ୍ରଥମ ଷ୍ଟୋର ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ରହିଛି -: ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ ।
Comments are closed.