ରଜ ଉତ୍ସବ ପାଇଁ ଟ୍ରେଣ୍ଡ୍‌ସର ‘ରଜ ରାଜକୁମାରୀ’ ଅଭିଯାନ ଶୁଭାରମ୍ଭ


ଭୁବନେଶ୍ୱର: ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ଲକ୍ଷ୍ୟରେ ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍‌ସ ପକ୍ଷରୁ ରଜ ରାଜକୁମାରୀ ଅଭିଯାନ ଘୋଷଣା କରାଯାଇଛି । ଓଡ଼ିଶାର ଲୋକପ୍ରିୟ ରଜ ପର୍ବ ପାଳନକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହୋଇଛି ।

ରଜ ଉତ୍ସବକୁ ଅଧିକ ଆକର୍ଷଣୀୟ ଏବଂ ଆନନ୍ଦଦାୟକ କରିବା ଲାଗି ଟ୍ରେଣ୍ଡ୍‌ସ ଏହାର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଏକ ବିଶେଷ ଅଫର ଆଣିଛି । ଯେଉଁ ଗ୍ରାହକମାନେ ୩୯୯୯ ଟଙ୍କା ଏବଂ ଅଧିକ ମୂଲ୍ୟର କିଣାକିଣି କରିବେ ସେମାନେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇବେ । ଏଥିସହିତ ସେହି ଗ୍ରାହକମାନଙ୍କୁ ୨୦୦୦ ଟଙ୍କା ମୂଲ୍ୟର କୁପନ ବି ପ୍ରଦାନ କରାଯିବ । ଏଥିସହିତ ଗ୍ରାହକମାନେ ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତାରେ ଭାଗ ନେଇ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ ।

ରଜ ପର୍ବ ଅବସରରେ ଟ୍ରେଣ୍ଡ୍‌ସ ଏହାର ଗ୍ରାହକମାନଙ୍କୁ ‘ସ୍ପିନ୍ ଟୁ ୱିନ’ ଖେଳିବା ଏବଂ ଟ୍ରେଣ୍ଡ୍‌ସ ସହିତ ସେମାନଙ୍କର ରଜ ଲୁକ୍ ସେୟାର କରିବା ସୁଯୋଗ ଆଣିଛି । ଗ୍ରାହକମାନେ ‘ସ୍ପିନ୍ ଟୁ ୱିନ’ ଖେଳିପାରିବେ କିମ୍ବା ସେମାନଙ୍କ ରଜ ଲୁକ୍ ଆବେଦନ (ଏଂଟ୍ରି) ଗୁଡ଼ିକୁ www.trendsrajarajakumari.com ରେ ଦାଖଲ କରିପାରିବେ । ଗ୍ରାହକମାନେ ମଧ୍ୟ ସେମାନଙ୍କର ରଜ ଲୁକ୍‌, ସେଲିବ୍ରେସନ ଭିଡିତ୍ତ୍ୱତ୍ତ୍ୱଓ/ ରିଲ୍‌ଗୁଡ଼ିକୁ ସେମାନଙ୍କର ଫେସବୁକ୍ ଓ ଇନଷ୍ଟାଗ୍ରାମ ପେଜ୍‌ରେ #trendsrajarajakumari ହାସ୍‌ଟ୍ୟାଗ୍ ସହିତ ପୋଷ୍ଟ୍ କରିପାରିବେ ।

ଟ୍ରେଣ୍ଡ୍‌ସ ହିଁ ବାସ୍ତବରେ ଭାରତରେ ଫେସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଂଚାଇଛି । ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାଏର-୧, ଟାଏର-୨ ସହର ଏବଂ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ଟ୍ରେଣ୍ଡ୍‌ସ ପହଂଚି ଗ୍ରାହକଙ୍କ ସହିତ ସଂପର୍କ ମଜଭୁତ କରିଛି ଏବଂ ଭାରତର ଲୋକପ୍ରିୟ ଫେସନ ସ୍ଥଳୀରେ ପରିଣତ ହୋଇଛି ।

ଟ୍ରେଣ୍ଡ୍‌ସ ଷ୍ଟୋର୍‌ଗୁଡ଼ିକରେ ଆଧୁନିକତାର ସ୍ପର୍ଶ ରହିଛି । ଏଥିସହିତ ଗ୍ରାହକମାନଙ୍କ ପାଇଁ ଷ୍ଟୋରଗୁଡ଼ିକରେ ମନଲୋଭା ପରିବେଶ ଏବଂ ଆକର୍ଷଣୀୟ ରେଞ୍ଜର ଉତମ ମାନର ଫେସନ ସାମଗ୍ରୀ ଉପଲବ୍ଧ ରହଛି । ସ୍ଥାନୀୟ ଅଂଚଳର ଗ୍ରାହକମାନଙ୍କ ଆବଶ୍ୟକତା ଓ ପକେଟକୁ ଦେଖି ସୁଲଭ ମୂଲ୍ୟରେ ସାମଗ୍ରୀ ବିକ୍ରିର ବ୍ୟବସ୍ଥା ହୋଇଛି ଯାହାଦ୍ୱାରା ସେମାନେ ସେମାନଙ୍କ ଅର୍ଥର ସର୍ବୋତମ ମୂଲ୍ୟ ପାଇପାରିବେ ।

ଓଡ଼ିଶାର ଗ୍ରାହକମାନେ ଟ୍ରେଣ୍ଡ୍‌ସ ଷ୍ଟୋରଗୁଡ଼ିକରୁ ଟ୍ରେଣ୍ଡି ଓମେନ୍‌ସ ୱେର, ମେନ୍ସ ୱେର, କିଡ୍‌ସ ୱେର ବର୍ଗରେ ବିଭିନ୍ନ ସ୍ୱତନ୍ତ୍ର ପୋଷାକ ଓ ଫେସନ ଆସେସୋରିଜ ଆଦି ସର୍ବୋତମ ମୂଲ୍ୟରେ କିଣାକିଣି କରିବାର ଅନନ୍ୟ ଅନୁଭୂତି ପାଇପାରିବେ ।


Share It

Comments are closed.