ଟ୍ରେଣ୍ଡସ୍‌ର ସେଲ୍‌ଫି ପ୍ରତିଯୋଗିତା ସହିତ ଗଣେଶ ପୂଜା ପାଳନ


ଭୁବନେଶ୍ୱର: ଭାରତର ସର୍ବବୃହତ ଆପାରେଲ୍ ଓ ଆକ୍‌ସେସୋରିଜ୍ ସଂସ୍ଥା ରିଲାଏନ୍ସ ରିଟେଲ୍‌ର ଟ୍ରେଣ୍ଡସ୍ ପକ୍ଷରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଗ୍ରାହକଙ୍କ ସହିତ ସମ୍ପର୍କକୁ ସୁଦୃଢ଼ କରାଯାଇଛି । ଏହି ରାଜ୍ୟଗୁଡ଼ିକରେ ଗଣେଶ ଚତୁର୍ଥୀ ବା ଗଣେଶ ପୂଜା ବଡ଼ ଉତ୍ସାହର ସହ ପାଳନ କରାଯାଏ । ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ନିଜ ଉପସ୍ଥିତିକୁକୁ ନେଇ ଟ୍ରେଣ୍ଡ୍‌ସ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଗଣେଶ ଚତୁର୍ଥୀ ଅବସରରେ ବିଭିନ୍ନ ଆକର୍ଷଣୀୟ ପ୍ରତିଯୋଗିତାର ଯୋଜନା କରାଯାଇଛି ।

ଟ୍ରେଣ୍ଡସ୍ ପକ୍ଷରୁ ଗଣେଶ ଭଗବାନଙ୍କ ମୂର୍ତି ସହ ସେଲ୍‌ଫି ପ୍ରତିଯୋଗିତା ଘୋଷଣା କରାଯାଇଛି । ଘରେ ଗଣେଶ ପୂଜାକୁ ନେଇ କରାଯାଇଥିବା ସାଜସଜ୍ଜା କିମ୍ବା ମୂର୍ତି ସହିତ ସେଲ୍‌ଫି କିମ୍ବା ଫଟୋ ଉଠାଇ ଏହି ପ୍ରତିଯୋଗିତା ଲାଗି ଆବେଦନ କରିପାରିବେ । ଟ୍ରେଣ୍ଡ୍‌ସ ପକ୍ଷରୁ ଏଥିପାଇଁ ଲୋକମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଛି ।

ଶ୍ରେଷ୍ଠ ସାଜସଜ୍ଜାର ଗଣେଶ ମୂର୍ତି ସହ ସେଲ୍‌ଫି କିମ୍ବା ଫଟୋକୁ ୧୫୦୦ ଟଙ୍କା ମୂଲ୍ୟର ଉପହାର ଭାବେ ପ୍ରଥମ ପୁରସ୍କାର ପ୍ରଦାନ କରାଯିବ । କେବଳ ସେତିକି ନୁହେଁ ପ୍ରତି ପ୍ରତିଯୋଗୀଙ୍କୁ ଟ୍ରେଣ୍ଡ୍‌ସର ରିହାତି କୁପନ ମିଳିବ ଯାହାକୁ ନିକଟତମ ଟ୍ରେଣ୍ଡ୍‌ସ ଷ୍ଟୋର୍‌ରୁ ସଂଗ୍ରହ କରାଯାଇପାରିବ । ଏହି ପ୍ରତିଯୋଗତା ୨୦୨୧ ସେପ୍ଟେମ୍ବର ୨୧ରେ ଶେଷ ହେବ ।

କଂପାନି ପକ୍ଷରୁ ହ୍ୱାଟସ୍‌ଆପ୍ କାଟେଲଗ୍‌, ଏସଏମଏସ ଓ ଟ୍ରେଣ୍ଡ୍ ଲିଫ୍‌ଲେଟ୍ ଜରିଆରେ ପ୍ରତିଯୋଗିତାର ପ୍ରଚାର କରାଯିବ । ପ୍ରତି ସହରର ଜଣେ ବିଶିଷ୍ଟ କଳା ଶିକ୍ଷକଙ୍କ ଦ୍ୱାରା ପ୍ରତିଯୋଗୀଙ୍କ ଆବେଦନକୁ ଯାଂଚ କରାଯିବ । ପ୍ରତିଯୋଗିତାର ପ୍ରଥମ ପୁରସ୍କାର ବିଜେତାଙ୍କୁ ସହରର ଟ୍ରେଣ୍ଡ୍‌ସ ଷ୍ଟୋର୍‌କୁ ଡକାଇ ତାଙ୍କୁ ୧୫୦୦ ଟଙ୍କା ମୂଲ୍ୟର ଉପହାର ଜଣେ ବିଶିଷ୍ଟ ମହିଳା ଡାକ୍ତର କିମ୍ବା ସରକାରୀ କାର୍ଯ୍ୟାଳୟର ବରଷ୍ଠ ମହିଳା ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯିବ । ଗଣେଶ ଚତୁର୍ଥୀ ଲାଗି ଟ୍ରେଣ୍ଡସ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ଅନେକ ଫେସନେବଲ୍ ସାମଗ୍ରୀ ଉପଲବ୍ଧ ରହିଛି ।


Share It

Comments are closed.