ମହାନଦୀ ବ୍ରିଜ୍‌ରୁ ଡେଇଁ ଆତ୍ମହତ୍ୟା କଲେ ମହିଳା: ଲୋକଙ୍କ ବାରଣ ସତ୍ତ୍ୱେ ଚାଲିଗଲା ଜୀବନ, ଦେଖନ୍ତୁ ଭିଡିଓ

Share It

ମହାନଦୀ ସେତୁ ଉପରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ବ୍ରିଜ୍ ରେଲିଂ ଉପରେ ଛିଡ଼ା ହୋଇ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ମହିଳା ଜଣକ ରେଲିଂ ଉପରେ ଛିଡ଼ା ହୋଇଥିବା ବେଳେ ସେଠାରେ ଉପସ୍ଥିତ ଥିବା କିଛି ଯୁବକ ଏବଂ ବାଟୋଇ ତାଙ୍କୁ ଅଟକାଇବାକୁ ବହୁ ଚେଷ୍ଟା କରିଥିଲେ। ସେମାନେ ବାରମ୍ବାର “ମ୍ୟାଡମ୍ ପ୍ଲିଜ୍, ତଳକୁ ଓହ୍ଲାଇ ଆସନ୍ତୁ” ଏବଂ “କଣ ଅସୁବିଧା ଅଛି କୁହନ୍ତୁ” ବୋଲି ନେହୁରା ହୋଇଥିଲେ। କିନ୍ତୁ ମହିଳା ଜଣକ କାହାରି କଥା ନଶୁଣି ନଦୀ ଗର୍ଭକୁ ଡେଇଁ ପଡିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Share It

Comments are closed.