ଆମେରିକାକୁ ଭାରତର ଜବାବ, ଟ୍ରମ୍ପଙ୍କ ଭୟରେ ଅସ୍ତ୍ର ବିରତି ପାଇଁ ରାଜି ହୋଇନାହୁଁ

Share It

ନୂଆଦିଲ୍ଲୀ : ଭାରତ ଆଜି ଏହା ସ୍ପଷ୍ଟ ଭାବରେ କହିଛି ଅସ୍ତ୍ର ବିରତି ନିଷ୍ପତ୍ତି ଆମେ କୌଣସି ଚାପରେ ବେଇ ନାହୁଁ। ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଅସ୍ତ୍ର ବିରତିରେ ରାଜି ନହେବା କ୍ଷେତ୍ରରେ ସେ ଉଭୟ ଭାରତ ଓ ପାକିସ୍ଥାନ ଉପରେ ବ୍ୟାପାରିକ କଟକଣା ଲଗାଇବେ ବୋଲି କହିବା ପରେ, ଅସ୍ତ୍ର ବିରତି ସମ୍ଭବ ହୋଇ ପାରିଲା ।

ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ, ବୈଦେଶିକ ମନ୍ତ୍ରଣାଳୟ (MEA) ପ୍ରବକ୍ତା ଶ୍ରୀ ରନ୍ଧିର ଜୟଶ୍ୱଲ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହିତ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସମୟରେ ଭାରତ ଏବଂ ଆମେରିକାର ନେତୃତ୍ୱ ଯୋଗାଯୋଗରେ ଥିଲେ, କିନ୍ତୁ ବାଣିଜ୍ୟ ଉପରେ କୌଣସି ଆଲୋଚନା ହୋଇନାହିଁ।

ଆହୁରି ଅଧିକ ସୂଚନା ଦେଇ ଶ୍ରୀ ଜୟସୱାଲ କହିଛନ୍ତି ଯେ “ପାକିସ୍ତାନୀ ଘାଟି ଉପରେ ଭାରତୀୟ ବାୟୁସେନାର ପ୍ରଭାବଶାଳୀ ଆକ୍ରମଣ” ଯୋଗୁଁ ପାକିସ୍ତାନ ଯେତେବେଳେ ଭାରତର ଡିଜିଏମଓଙ୍କୁ ଆଲୋଚନା ପାଇଁ ଅନୁରୋଧ କରିଥିଲା ସେତେବେଳେ ଯୁଦ୍ଧବିରତି ପ୍ରସ୍ତାବ ଦିଆଯାଇଥିଲା।


Share It

Comments are closed.