୨୦ତମ ଭବ୍ୟ ତୋଷାଳୀ ମେଳାର ୧୧ ତମ ସନ୍ଧ୍ୟାରେ କୃତି ପ୍ରତିଯୋଗୀ ପୁରସ୍କୃତ

Share It

ଭୁବନେଶ୍ୱର : ସ୍ଥାନୀୟ ଜନତା ମୈଦାନ ଠାରେ ୨୦ତମ ଭବ୍ୟ ତୋଷାଳୀ ମେଳାର ୧୧ତମ  ସନ୍ଧ୍ୟାରେ ମାନ୍ୟବର ସମବାୟ, ହସ୍ତ ତନ୍ତ, ବୟନ ଓ ହସ୍ତ ଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଉପସ୍ଥିତ ରହି କାରିଗର ଓ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ। ମନ୍ତ୍ରୀ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଓଡିଶା ହେଉଛି କଳା, ହସ୍ତ ଶିଳ୍ପ ଓ ହସ୍ତ କଳାର ଭଣ୍ଡାର। କଳା ଓ ସଂସ୍କୃତି ପାଇଁ ଓଡିଶା ବିଶ୍ୱ ବିଦିତ। କାରିଗର ଓ ଶିଳ୍ପୀ ମାନେ ଆମ ଐତିହର ବାର୍ତ୍ତା ବାହ। ତେଣୁ ଶିଳ୍ପୀ ମାନଙ୍କୁ ଅଶେଷ ଧନ୍ୟବାଦ ଦେବା ସହ ଶିଳ୍ପ କୁ ବଞ୍ଚେଇ ରଖିବାକୁ ଅନୁରୋଧ କରିଥିଲେ।

ବିଭାଗର ଆଯୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କଳାଭୂମି ଠାରେ ଆୟୋଜିତ ଟେରାକୋଟା କୃତି ପ୍ରତିଯୋଗିତା ରେ ରେକର୍ଡ ଭାଙ୍ଗିଥିବା କୃତି ପ୍ରତିଯୋଗୀଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ କାରିଗର ଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସର ରେ ହସ୍ତତନ୍ତ ହସ୍ତଶିଳ୍ପ ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସର ରେ ଅମୀୟ ଧଳ, ମନ୍ମଥ କୁମାର ପଣ୍ଡା କୌଶଲ,ପ୍ରଦୀପ ନାୟକ, ଉଦୟ ମହାନ୍ତି,ଶରତ ପଧାନ କେଶବ ମେହେର ଓ ଅନ୍ୟ ଶିଳ୍ପୀ, କାରିଗର ପୁରସ୍କୃତ ହୋଇ ଥିଲେ।ମଞ୍ଚରେ ଉପସ୍ଥିତ ରହି ପଦ୍ମ ପୁରସ୍କାର ବିଜେତା ଶରତ କୁମାର ପାତ୍ର, ପଦ୍ମଶ୍ରୀ ବିନୋଦ ମହାରଣା  ଓ ଗୁଲାଚି ହ୍ୟାଣ୍ଡଲୁମ ର ପ୍ରତିଷ୍ଠାତା ପିଙ୍କି ମାଝୀ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ। ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ  ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସନ୍ଧ୍ୟାରେ ମାନ୍ୟବର ମନ୍ତ୍ରୀ ଙ୍କ ଦ୍ୱାରା ଇଲେକ୍ଟ୍ରୋନିକ ମାଧ୍ୟମ ରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ହୋଇଥିଲା (ପ୍ରଶିକ୍ଷଣ ବିଭାଗ, ଓଡିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ପ୍ରଶିକ୍ଷଣ ପ୍ରତିଷ୍ଠାନ (OSSRTI), ମଞ୍ଚେଶ୍ୱର, ଭୁବନେଶ୍ୱର-ବ୍ୟୟ ଅଟକଳ ୭.୧୬ କୋଟି,ବିଶୋଇ ଟସର ସିଳ୍କ ପାର୍କ, ମୟୁରଭଞ୍ଜ-ବ୍ୟୟ ଅଟକଳ ୫.୦୬ କୋଟି,୫ ଗୋଟି ସୃଜନିକା ହସ୍ତଶିଳ୍ପ (୪ ଗୋଟି ସାଧାରଣ ସୁବିଧା କେନ୍ଦ୍ର ଏବଂ ୧ ଗୋଟି ହସ୍ତଶିଳ୍ପ ପର୍ଯ୍ୟଟନ କେନ୍ଦ୍ର) କ୍ଲଷ୍ଟର-ବ୍ୟୟ ଅଟକଳ ୭.୪୫ କୋଟି) ।


ଏଥି ସହିତ ମାନ୍ୟବର ମନ୍ତ୍ରୀ ଙ୍କ ଦ୍ୱାରା ଇଲେକ୍ଟ୍ରୋନିକ ମାଧ୍ୟମ ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ( ସିଲ୍କ ବୈଷୟିକ ସେବା କେନ୍ଦ୍ର (କେନ୍ଦ୍ରୀୟ ସିଲ୍କ ବୋର୍ଡ) କୋଠା ନିର୍ମାଣ (OSSRTI)-ଅଟକଳ ମୂଲ୍ୟ ୧.୬୮ କୋଟି, ପ୍ରଶିକ୍ଷାର୍ଥୀ ନିବାସ, ମଞ୍ଚେଶ୍ୱର, ଭୁବନେଶ୍ୱର-ଅଟକଳ ମୂଲ୍ୟ ୨.୭୭ କୋଟି)। ପରିଶେଷରେ ଗାୟିକା ଦୀପ୍ତିରେଖା ପାଢ଼ୀ ଙ୍କ ସମେତ ଘୁମରା ଓ ସମ୍ବଲପୁରୀ ନୃତ୍ୟ ଶିଳ୍ପୀ ମାନେ ଦର୍ଶକ ଙ୍କ ମନୋରଞ୍ଜନ କରିଥିଲେ।


Share It

Comments are closed.