ଆଜି ଟି-ଟ୍ବେଣ୍ଟି ବିଶ୍ୱକପର ମହାସଂଗ୍ରାମ, ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ
ଆଜି ଟି ଟ୍ବେଣ୍ଟି ବିଶ୍ୱକପର ମହାସଂଗ୍ରାମ । ଭାରତ-ପାକ୍ ମହାଲଢେଇ। କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଆମେରିକା ଓ ନାମ୍ବିଆ ଠାରୁ ଶାନଦାର ବିଜୟ ପରେ ଏବେ ଭାରତର ଟାର୍ଗେଟ ପାକିସ୍ତାନ । ଟି-୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଛି ୮ଥର ମୁକାବିଲା । ଗୋଟିଏ ମ୍ୟାଚକୁ ଛାଡିଦେଲେ ଅନ୍ୟ ସବୁ ମ୍ୟାଚରେ ପାକକୁ ଧୋଇଛି ଟିମ୍ ଇଣ୍ଡିଆ । ଆର ପ୍ରେମଦାସା ଷ୍ଟାଡିମୟରେ ଭାରତର ପଲ୍ଲା ଭାରୀ । ଦମଦାର ବ୍ୟାଟିଂ ଏବଂ ଶକ୍ତିଶାଳୀ ବୋଲିଂ ଆକ୍ରମଣ ଭାରତର ଶକ୍ତି। ପାକିସ୍ତାନର ଶକ୍ତି ଦ୍ରୁତ ବୋଲର ଏବଂ ଟପ୍-ଅର୍ଡର ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ।
କିନ୍ତୁ ନିରନ୍ତର ଭଲ ପ୍ରଦର୍ଶନ ନ କରିପାରିବା ଦଳର ବଡ଼ ଦୁର୍ବଳତା । ରବିବାର ମ୍ୟାଚରେ ଉସମାନ ତାରିକ୍ ଟ୍ରମ୍ପ କାର୍ଡ ହେବେ ବୋଲି କହିଛନ୍ତି ପାକିସ୍ତାନ କ୍ୟାପଟେନ୍ । ଇତିହାସକୁ ଦେଖିଲେ ୨୦୦୯ରୁ ଭାରତ ଏଠାରେ ୧୫ଟି ଟି ଟ୍ବେଣ୍ଟି ଖେଳି ୧୧ଟି ଜିତିଛି ଓ ୪ଟି ହାରିଛି । ୨୦୧୨ ଟି ଟ୍ବେଣ୍ଟି ବିଶ୍ୱକପରେ ଦଳ ୫ଟି ମ୍ୟାଚ୍ ଖେଳି ୪ଟିରେ ଜିତିଥିଲା । ଦଳକୁ ଏକମାତ୍ର ପରାଜୟ ଅଷ୍ଟ୍ରେଲିଆ ଠାରୁ ମିଳିଥିଲା ।
ତେବେ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିପାରେ ବର୍ଷା । ପାଣିପାଗ ବିଭାଗ କଲମ୍ବୋରେ ବର୍ଷା ସତର୍କତା ଜାରି କରିଛି । ଯଦି ମ୍ୟାଚ୍ ବାତିଲ ହୁଏ ତେବେ ଭାରତ ଏବଂ ପାକିସ୍ତାନର ୫ ପଏଣ୍ଟରେ ପହଞ୍ଚିବେ। ଉଭୟ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବେ ।
Comments are closed.