ମିମି ଚକ୍ରବର୍ତ୍ତୀ ଏବଂ ନୁସରତ୍ ଜାହାନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଟିଏମସି
ତୃଣମୁଳ କଂଗ୍ରେସ (ଟିଏମସି)ର ଶୀର୍ଷ ନେତାମାନେ ଶୁକ୍ରବାର ରାତିରେ କହିଛନ୍ତି ଯେ ଟିଏମସି ଏହାର ସାଂସଦ ତଥା ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ସୂଚନା ଥାଉକି ୨୦୧୯ ଲୋକସଭା ନିର୍ବାଚନରେ ଉଭୟ ନିଜ ନିଜ ଆସନ ଜିତି ସାଂସଦ ହୋଇଥିଲେ ।
ଟିଏମସିର ଜଣେ ବରିଷ୍ଠ ସାଂସଦ କହିଛନ୍ତି, “ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ନିଷ୍ପତ୍ତି ଦୁଇ ଦିନ ପୂର୍ବେ ଆମ ସଂସଦୀୟ କମିଟି ବୈଠକରେ ନିଆଯାଇଥିଲା । ସେ ନେତୃତ୍ୱଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଛନ୍ତି । ଏବଂ ୧୨ ଜଣ ରାଜ୍ୟସଭା ସଦସ୍ୟଙ୍କ ନିଲମ୍ବନକୁ ବିରୋଧ କରିବା ପାଇଁ ଆୟୋଜିତ ଧାରଣାକୁ ପରିତ୍ୟାଗ କରିଥିଲେ । ସେ କହିଛନ୍ତି ମୁଁ ବୈଠକରେ ଉପସ୍ଥିତ ଥିଲି କିନ୍ତୁ ଉଭୟ ସାଂସଦଙ୍କୁ ’କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି କି ନାହିଁ ମୁଁ ଜାଣେ ନାହିଁ।
ସୂଚନା ରହୁକି, ମୌସୁମୀ ଅଧିବେଶନରେ “ଅଶାନ୍ତ ଆଚରଣ” ଅଭିଯୋଗରେ ରାଜ୍ୟସଭାର ୧୨ ଜଣ ସାଂସଦଙ୍କୁ ଶୀତ ଅଧିବେଶନରେ ନିଲମ୍ବିତ କରାଯାଇଥିଲା । ଏହି ନିଲମ୍ବନ ବିରୋଧରେ ସଂସଦ ପରିସରରେ ୧୦୦ରୁ ଅଧିକ ବିରୋଧୀ ସାଂସଦ ବିରୋଧ କରିଥିଲେ । ଏହି ଦୁଇଜଣ ସାଂସଦ ମଧ୍ୟ ଟିଏମସିରେ ଅନ୍ତର୍ଭୁକ୍ତ ।
Comments are closed.