ଦେଶରେ ଏକ ଲକ୍ଷ ୯୦ ହଜାର ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୮୩୯୨ ନୂଆ ମାମଲା
ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୨ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଅନ୍ୟପଟେ ଏହି ଭାଇରସ କାରଣରୁ ୨୩୦ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ, ଭାରତରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୯୦୫୩୫ରେ ଆସି ପହଞ୍ଚିଲାଣି । ସେଥି ମଧ୍ୟରୁ ୫୩୯୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୧, ୮୧୯ ଜଣ ଡିସଚାର୍ଜ ମଧ୍ୟ ହୋଇ ସାରିଲେଣି । କରୋନା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିବାବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୬୭୬୫୫ରେ ଆସି ପହଞ୍ଚିଲାଣି । ସେହିଭଳି ୩୦୬୪୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ୨୯୩୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୨୨୮୬ ଜଣଙ୍କ ମହାରାଷ୍ଟ୍ରରେ ମୃତ୍ୟୁ ଘଟିଛି ।
ସେହିଭଳି ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୪୮ରେ ଆସି ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୮୧୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟପଟେ ୧୧୨୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଓଡିଶାରେ ଏହି ଭାଇରସ ସଂକ୍ରମଣ କାରଣରୁ ୯ ଜଣଙ୍କ ମୃତ୍ୟୁ ଘଟିଛି ।
Comments are closed.