ଟାଇଟନ୍ ୱାର୍ଲଡ୍ ପକ୍ଷରୁ ଭୁୂବନେଶ୍ୱରରେ ପ୍ରଥମ ପ୍ରିମିୟମ୍ ଷ୍ଟୋର୍ ଉନ୍ମୋଚିତ
ଭୁବନେଶ୍ୱର: ଭାରତର ସର୍ବବୃହତ୍ ହାତ ଘଂଟା ନିର୍ମାତା, ଟାଇଟନ୍ କଂପାନି ଲିମିଟେଡ୍ର ୱାଚ ରିଟେଲର, ଟାଇଟନ୍ ୱାର୍ଲଡ୍ ପକ୍ଷରୁ ଓଡ଼ିଶାରେ ଏହାର ସତରତମ ଷ୍ଟୋର୍ ଉନ୍ମୋଚନ କରିଛି । ସହରରେ ବ୍ରାଣ୍ଡ୍ର ଷଷ୍ଠ ଷ୍ଟୋର୍ ହୋଇଥିବା ବେଳେ ଏହା ହେଉଛି ଆଧୁନିକ ଆକର୍ଷଣ ଥିବା ପୂର୍ବାଂଚଳର ପ୍ରଥମ ଷ୍ଟୋର୍ ଯାହା କୋଚ୍, ସେଇକୋ ଓ ସିଟିଜେନ୍ ଭଳି ଆନ୍ତର୍ଜାତିକ ବ୍ରାଣ୍ଡ୍ର ୱାଚ ଉପସ୍ଥାପନ କରୁଛି । ସେପ୍ଟେମ୍ବର ୧, ବୁଧବାର ଦିନ ଟାଇଟନ୍ କଂପାନି ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସି କେ ଭେଙ୍କଟରମଣ ଏହି ଷ୍ଟୋର୍କୁ ଉଦ୍ଘାଟନ କରିଛନ୍ତି ।
ଏହି ନୂଆ ଷ୍ଟୋର୍ରେ ଚୟନ କରିବା ଲାଗି ବିବିଧ ପ୍ରକାରର ହାତଘଂଟା ରହିବ ଯାହା ବିଭିନ୍ନ ଷ୍ଟାଇଲ୍ ଓ ବ୍ୟକ୍ତିତ୍ୱକୁ ସୁହାଇବ । ଟାଇଟନ୍ରେ ପୁରୁଷ, ମହିଳା, କିଶୋର ଓ ଶିଶୁ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି-ହଜାରରୁ ଅଧିକ ଡିଜାଇନ୍, ବିଶେଷ କରି ଗ୍ରାହକମାନେ ଟାଇଟନ୍ର ସଦ୍ୟତମ ସମ୍ଭାର-ମିଡ୍ନାଇଟ୍ ଗୋଲ୍ଡ ଏଜ୍ ସେରାମିକ୍, ମିନିମାଲ୍ସ, ଆଥ୍ଲେସ୍ୟୁର୍ ଆଦି ସହିତ ନୂଆ ବର୍ଗ କୋଚ୍, ସେଇକୋ ଓ ସିଟିଜେନ୍ ଭିତରୁ ଚୟନ କରିପାରିବେ ।
ଏହି ଉଦ୍ଘାଟନ ବିଷୟରେ ଶ୍ରୀଯୁକ୍ତ ସି କେ ଭେଙ୍କଟରମଣ, ପରିଚାଳନା ନିର୍ଦ୍ଦେଶକ, ଟାଇଟନ୍ କଂପାନି ଲିମିଟେଡ୍ କହିଛନ୍ତି ଯେ, “ଓଡ଼ିଶାରେ ଆମର ସତରତମ ଷ୍ଟୋର୍ ଉନ୍ମୋଚନ କରି ଆମେ ଉଲ୍ଲସିତ । ଏହା ହେଉଛି ଏକ ମହତ୍ୱପୂର୍ଣ୍ଣ ମାଇଲଖୁଂଟ କାରଣ ଏହା ହେଉଛି ପ୍ରଥମ ପ୍ରିମିୟମ୍ ଟାଇଟାନ୍ ଷ୍ଟୋର୍ ଯେଉଁଥିରେ ବିଭିନ୍ନ ପ୍ରକାର ଟାଇଟାନ୍ର ବ୍ରାଣ୍ଡ୍ କୋଚ୍, ସେଇକୋ ଓ ସିଟିଜେନ୍ ଭଳି ଆନ୍ତର୍ଜାତିକ ବ୍ରାଣ୍ଡ୍ର ବର୍ଗମାଳା ରହିଛି । ଏହି ଉନ୍ମୋଚନ ସହିତ, ଆମେ ଗ୍ରାହକମାନଙ୍କୁ ଉତ୍କୃଷ୍ଟ ବର୍ଗର ଉତ୍ପାଦ, ଆଧୁନିକ ଇଂଟେରିୟର୍ ଓ ଏକ ବିଳାସପୂର୍ଣ୍ଣ ରିଟେଲ୍ ଅନୁଭୂତି ଲାଗି ଭିନ୍ନ ଡିଜାଇନ୍ର ଭାବ ପ୍ରଦାନ କରିବା ଲାଗି ଉଦ୍ୟମ ଜାରି ରଖିବୁ । ୱାର୍ଲଡ୍ ଅଫ୍ ଟାଇଟନ୍ର ନାମ ପରିବର୍ତନ କରି ଟାଇଟନ୍ ୱାର୍ଲଡ୍ ରଖାଯିବା ସହ ପ୍ରିମିୟମ୍କରଣର ଯାତ୍ରା ଆରମ୍ଭ ହୋଇଛି ଏବଂ ଖୁବ୍ଶୀଘ୍ର ସବୁ ଷ୍ଟୋର୍ର ପରିଚୟ ନୂଆ ପରିଚୟକୁ ପରିବର୍ତିତ ହେବ ।’’
Comments are closed.