ଦେଶରେ କରୋନାର ଖରାପ ଅବସ୍ଥା ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ଅଭିନେତା ଅନୁପମ ଖେର
ଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଭାରତ ସରକାରଙ୍କ ଶତ ପ୍ରଚେଷ୍ଟା ସତ୍ତ୍ୱେ ସଂକ୍ରମଣପେ ବ୍ରେକ୍ ଲାଗୁନାହିଁ । ଉଭୟ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାମଧ୍ୟରେ ଅଭିନେତା ଅନୁପମ ଖେର କେନ୍ଦ୍ରରେ ଶାସନାଧିନ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଅନୁପମ ଖେର କହିଛନ୍ତି ଯେ, ସବୁବେଳେ ଛବି ରକ୍ଷା କରିବା ଅପେକ୍ଷା ଜୀବନ ରକ୍ଷା କରିବା ଜରୁରୀ ଅଟେ । ଅନୁପମ ମୋଦୀଙ୍କ ପ୍ରଶଂସକ ଭାବେ ଜଣାଶୁଣା । ସେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କୁ ଆଇନା ଦେଖାଇଛନ୍ତି । ଏଜ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରରେ ଦେଶରେ ଯାହା ଘଟୁଛି ସେଥିପାଇଁ ସରକାର ଉତ୍ତରଦାୟିତ୍ୱ ହେବା ଦରକାର । ଏହି ସମୟରେ ଛବି ଅପେକ୍ଷା ଜୀବନ ବଞ୍ଚାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଦେଶରେ ସ୍ୱାସ୍ଥ୍ୟ ସେବାରେ କୌଣସି ନା କୌଣସି ତ୍ରୁଟି ରହିଛି । କିନ୍ତୁ ଏହି ଦୋଷ ଦୁର୍ବଳତାକୁ ନେଇ ଅନ୍ୟ ଦଳ ରାଜନାତି କରିବା ଅନୁଚିତ ।
ଅଭିନେତା ଅନୁପମ ଆହୁରି କହିଛନ୍ତି ଯେ, ସରକାର ଚ୍ୟାଲେଞ୍ଜର ସାମ୍ନା କରିବା ଆବଶ୍ୟକ । ଯେଉଁ ଜନତା ତାଙ୍କୁ ଶାସନ ଗାଦିରେ ବସାଇଛନ୍ତି ସେମାନଙ୍କ ପାଇଁ କିଛି କରିବା ଦରକାର । ଗଙ୍ଗା ଭଳି କିଛି ନଦୀରେ ମୃତଦେହ ଭାସୁଥିବା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । କେବଳ ଅମାନବୀୟ ବ୍ୟକ୍ତି ହିଁ ନଦୀରେ ଶବବୁହାକୁ ନେଇ ବିଚଳିତ ହେବେ ନାହିଁ ବୋଲି ସେ କହିଛନ୍ତି । ଏଥିପାଇଁ ରାଗ ଲାଗେ । ଏହାସହ ସରକାରଙ୍କ ଦାୟୀ କରିବା କିଛି ଭୁଲ ନୁହେଁ ବୋଲି ସେ କହିଛନ୍ତି ।
Comments are closed.