ଟିକ୍ଟକ୍ ପକ୍ଷରୁ ହାସ୍ଟ୍ୟାଗ୍ ‘ମତ୍କର୍ଫର୍ୱାର୍ଡ’ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର: ବର୍ତମାନ ସମୟରେ ଭୁଲ୍ ତଥ୍ୟର ସୃଷ୍ଟି ଓ ସେୟାରିଙ୍ଗ୍କୁ ନେଇ ଡିଜିଟାଲ କମ୍ୟୁନିଟି ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଟିକ୍ଟକ୍ ପକ୍ଷରୁ ଏହାର ପବ୍ଲିକ୍ ସର୍ଭିସ୍ ଆନାଉସ୍ମେଂଟ୍ (ପିଏସ୍ଏ) ୰ମତ୍କର୍ଫର୍ୱାର୍ଡର ଶୁଭାରମ୍ଭ କରାଯାଇଛି । ଅନୁରାଗ ବାସୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ପିଏସ୍ଏରେ ବିରାଟ କୋହଲି, ସାରା ଅଲୀ ଖାନ୍, ଆୟୁଷ୍ମାନ ଖୁରାନା ଓ କ୍ରିତି ସାନନ୍ଙ୍କ ଭଳି ଦେଶର କିଛି ପ୍ରମୁଖ ବ୍ୟକ୍ତିତ୍ୱ ଯୋଗଦାନ କରି ଟିକ୍ଟକ୍ ସହ ମିଳିତ ହୋଇ ୰ମତ୍କର୍ଫର୍ୱାର୍ଡର୍ ବାର୍ତାର ପ୍ରଚାର ପ୍ରସାରରେ ସହଯୋଗ କରିଛନ୍ତି । ବର୍ତମାନର ସୂଚନାର ଅନିୟନ୍ତ୍ରିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପିଏସ୍ଏ ଲୋକମାନଙ୍କୁ କୌଣସି ପ୍ରକାରର ଖବର ବା ତଥ୍ୟ ଅନ୍ୟମାନଙ୍କ ସହ ସେୟାର କରିବା ପୂର୍ବରୁ ବିଶ୍ୱସନୀୟ ସୂତ୍ରରୁ ସବିଶେଷ ତଥ୍ୟ ଯାଂଚ କରିବାକୁ ଅନୁରୋଧ କରିଛି । ଅତିରିକ୍ତ ଭାବେ ଉପଭୋକ୍ତାମାନେ ଏକ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ ତଥା ଆନିମେଟେଡ୍ ଇନ୍-ଆପ୍ ୰ମତ୍କର୍ଫର୍ୱାର୍ଡ ଷ୍ଟିକର୍ ସହିତ ଭିଡିଓ ସେୟାର କରି ଏହି ଅଭିଯାନ ପାଇଁ ନିଜର ସମର୍ଥନ ପ୍ରଦାନ କରି ଏଥିରେ ଅଂଶଗ୍ରହଣ କରିପାରିବେ । ଏହା ବ୍ୟତୀତ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଓ କୋଭିଡ୍-୧୯ ନିୟମର ଅନୁସରଣ କରାଯାଇ ଏହି ପିଏସ୍ଏକୁ କାଷ୍ଟଙ୍କ ଦ୍ୱାରା ନିଜ ନିଜ ଘରେ ସୁଟ୍ କରାଯାଇଥିବା ବେଳେ ନିର୍ଦ୍ଦେଶକ ମଧ୍ୟ ନିଜ ଘରେ ରହି ଏହାକୁ ଏଡିଟ୍ କରିଛନ୍ତି ।
ଏହି ଅଭିଯାନ ସମ୍ପର୍କରେ ମତ ରଖି ଟିକ୍ଟକ୍ର ଇଣ୍ଡିଆ ମୁଖ୍ୟ ଶ୍ରୀ ନିଖିଲ ଗାନ୍ଧୀ କହିଛନ୍ତି ଯେ, “ଭୁଲ୍ ବା ମିଥ୍ୟା ତଥ୍ୟର ପ୍ରସାର ଏକ ବ୍ୟାପକ ଚିନ୍ତା ହେବା ସହ ଏହାକୁ ରୋକିବା ସହଭାଗୀ ଦାୟିତ୍ୱ ମଧ୍ୟ ଅଟେ । ୰ମତ୍କର୍ଫର୍ୱାର୍ଡର୍ ହେଉଛି ଭୁଲ ତଥ୍ୟର ପ୍ରସାରକୁ ନେଇ ସଚେତନତା ସୃଷ୍ଟି କରିବା ଓ ଆମର ଉପଭୋକ୍ତାଙ୍କ ପାଇଁ ଏକ ସୁରକ୍ଷିତ ଓ ସକାରାତ୍ମକ ପରିବେଶ ବଜାୟ ରଖିବା ଲାଗି ଜାରି ରହିଥିବା ଆମର ଅଭିଯାନଗୁଡିକର ଏକ ଅଂଶବିଶେଷ ।”
ଏହି ପରିପ୍ରେକ୍ଷୀରେ ବିରାଟ କୋହଲୀ କହିଛନ୍ତି ଯେ, “ଟିକ୍ଟକ୍ର ଏହି ପଦକ୍ଷେପକୁ ମୁଁ ସମର୍ଥନ କରୁଛି ଏବଂ ମୁଁ ବିଶ୍ୱାସ କରେ ଯେ ଲୋକମାନଙ୍କୁ ସେମାନଙ୍କ ଯୋଗଦାନ ଏବଂ ପୃଥିବୀକୁ ପ୍ରତ୍ୟେକଙ୍କ ପାଇଁ ଏକ ଶ୍ରେଷ୍ଠସ୍ଥାନରେ ପରିଣତ କରିବାରେ ଏହା ଏକ ଜାଗୃତପୂର୍ଣ୍ଣ ଆହ୍ୱାନ ହେବ ।” ସେହିଭଳି ଆୟୁଷ୍ମାନ ଖୁରାନା କହିଛନ୍ତି ଯେ, “୰ମତକରୋଫରୱାର୍ଡ, ଇଂଟରନେଟରେ ଅପପ୍ରଚାର ଗୁଡ଼ିକର ପ୍ରସାରିତ ହେବାକୁ ହ୍ରାସ କରିବା ଦିଗରେ ବ୍ୟବହାରକାରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପ୍ରତି ଏକ ପଦକ୍ଷେପ ।” ସେହିଭଳି ସାରା ଅଲ୍ଲୀ ଖାନ, କ୍ରିତି ସାନନ ଏବଂ ଅନୁରାଗ ବାସୁ ପ୍ରମୁଖ ଟିକ୍ଟକ୍ର ଏହି ପଦକ୍ଷେପକୁ ପ୍ରଂଶସା କରିବା ସହିତ ବ୍ୟବହାରକାରୀଙ୍କୁ ମିଥ୍ୟା ଖବରଗୁଡ଼ିକର ଅପପ୍ରଚାରଠାରୁ ଦୂରେଇ ରହିବା ଏବଂ ସେୟାର କରିବା ପୂର୍ବରୁ ଏହାର ସତ୍ୟତା ଯାଂଚ କରିବା ପାଇଁ ନିବେଦନ କରିଛନ୍ତି ।
Comments are closed.