ଦୁଃଖଦ ଘଟଣା : ମନୁଷ୍ୟକୃତ ଫାଶରେ ଫଶି ବାଘୁଣୀର ମୃତ୍ୟୁ


ଦୁଧୱା ଜାତୀୟ ଉଦ୍ୟାନରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଦୁଃଖଦ ସହ ଏହା ଏକ ନିନ୍ଦନୀୟ ଘଟଣା ମଧ୍ୟ । ଏଠାରେ ଏକ ୬ ବର୍ଷିୟା ବାଘୁଣୀର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ, ଯେତେବେଳେ ଏହି ବାଘାର ମୃତ୍ୟୁ ଘଟିଲା ସେତେବେଳେ ବାଘୁଣୀରେ ବେକରେ ଲାଇଲନ ତାରାର ଫାଶ ଗୁଡେଇ ହୋଇଥିଲା । ଏହା ଶୀକାରି ଷଡଯନ୍ତ୍ର ବୋଲି ମଧ୍ୟ କୁହାଯାଇ ପାରେ । ଅର୍ଥାତ ମନୁଷ୍ୟକୃତ ଫାଶରେ ଫଶି ବାଘର ମୃତ୍ୟୁ ଘଟିଛି ।

ଜଣେ କୃଷକ ସକାଳୁ ସକାଳୁ ନିଜ କ୍ଷେତକୁ ଯାଉଥିବାବେଳେ ସେ ପ୍ରଥମେ ବାଘୁଣୀଟିର ମୃତ୍ୟୁ ଦେହ ପ୍ରଥମେ ଠାବ କରିଥିଲେ । ଏହା ପରେ ସେ ବନ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ବନ ବିଭାଗ ଅଧିକାରୀ ସେଠାରେ ପହଞ୍ôଚ ତଦନ୍ତ କରି କହିଛନ୍ତି ଯେ, ବାଘୁଣୀ ଶିକାରୀଙ୍କ ଫାଶରୁ ମୁକୁଳିବାରେ ସଫଳ ହୋଇଥିଲେ ମଧ୍ୟ ନିଜ ବେକରେ ଗୁଡେଇ ହୋଇଥିବା ଲାଇଲନ ତାରର ଫାଶରୁ ମୁକୁଳିବାରେ ସଫଳ ହୋଇନଥିଲା । ସେ ଆହୁରୀ କହିଛନ୍ତି ଯେ, ବାଘୁଣୀ ଫାଶରେ ଫଶିବା ସମୟରେ ଗର୍ଜନ ନିଶ୍ଚିତ କରିଥିବ କିନ୍ତୁ ଗ୍ରାମବାସୀମାନେ ଏହାର ସୂଚନା ଅଧିକାରୀଙ୍କୁ ଦେଇ ନାହାନ୍ତି । ସବୁଠାରୁ ବଡ କଥା ହେଉଛି, ଯେଉଁଠାରେ ବାଘାର ଶବ ମିଳିଲା ପ୍ରକୃତରେ ସେଠାରେ ସେ ମରି ନାହିଁ ତାକୁ ବରଂ ଆଣି ଏଠାରେ ରଖାଯାଇଛି ।


Share It

Comments are closed.