ଓଡିଶା ଅଭିବୃଦ୍ଧିରେ ଯୋଗ ଦେବା ପାଇଁ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରିତ କରିଛନ୍ତି ମୁଖ୍ୟମନ୍ତ୍ରୀ

Share It

ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୫:   ଆନ୍ତର୍ଜାତୀୟ ସ୍ତରର ଦୁଇ ଦିନିଆ ଜାତୀୟ ଉଦ୍ୟୋଗିକତା ସମ୍ମିଳନୀ ଟାଇକନ ଭୁବନେଶ୍ୱର ୨୦୨୫ର ଉଦ୍‌ଘାଟନୀ ସଂସ୍କରଣ ଆଜି ଉଦ୍ଭାବନ, ଏଆଇ-ଚାଳିତ ଅଭିବୃଦ୍ଧି ଓ ଆନ୍ତର୍ଜାତୀୟ ସହଭାଗିତା ପ୍ରତି ଦୃଢ ପ୍ରତିବଦ୍ଧତା ସହ ଶେଷ ହୋଇଛି । ଟାଇ ଭୁବନେଶ୍ୱର ଦ୍ୱାରା, ଓଡିଶା ସରକାରଙ୍କ ସହ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଭାରତ, ସିଙ୍ଗାପୁର, ୟୁଏଇ ଓ ଶ୍ରୀଲଙ୍କାରୁ ୫୦୦ରୁ ଅଧିକ ପ୍ରତିନିଧିଙ୍କୁ ଏକାଠି କରିଥିଲା, ଯାହା ଷ୍ଟାର୍ଟଅପ, ଟେକ୍ନୋଲୋଜି ଓ ଉଦ୍ୟୋଗିକତାର ଏକ ଉଲ୍ଲେଖନୀୟ କେନ୍ଦ୍ରରେ ପରିଣତ ହେବା ପାଇଁ ଓଡିଶାର ଯାତ୍ରାରେ ଏକ ବଡ ସଫଳତାକୁ ଚିହ୍ନିତ କରୁଛି ।

ଏହି ବିଶାଳ ଉଦ୍‌ଯାପନୀ ସମାରୋହରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟର ଇଲେକ୍‌ଟ୍ରୋନିକ୍ସ ଓ ଆଇଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ , ଡଃ ମୁକେଶ ମହାଲିଙ୍ଗ, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ବିଭାଗର ମୁଖ୍ୟ ସଚିବ, ଆଇଏଏସ, ଶ୍ରୀ ବିଶାଲ କୁମାର ଦେବ, ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର, ଟାଇ ଗ୍ଲୋବାଲର ଅଧ୍ୟକ୍ଷ ଶ୍ରୀ ମୁରଲୀ ବୁକ୍କାପଟନମ, ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ଅୟସକାନ୍ତ ମହାନ୍ତି, ସାଂସଦ ଶ୍ରୀ ରବି ନାରାୟଣ ବେହେରାଙ୍କ ସମେତ ଶିଳ୍ପର ବିଶିଷ୍ଟ ବ୍ୟକ୍ତି, ଆନ୍ତର୍ଜାତୀୟ ଉଦ୍ୟୋଗୀ ଏବଂ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏକ ଅଗ୍ରଣୀ ଉଦ୍ଭାବନ କେନ୍ଦ୍ର ଭାବେ ଓଡିଶାର ଉତ୍‌ଥାନକୁ ଆଲୋକିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଘୀ  ରାଜ୍ୟର ଅଭିବୃଦ୍ଧି ଯାତ୍ରାରେ ସହଯୋଗୀ ହେବା ପାଇଁ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରିତ କରିଥିଲେ ।

ଗ୍ଲୋବାଲ କାପାବିଲିଟି ସେଂଟର୍ସ (ଜିସିସି), ଚିପ ଡିଜାଇନ, ବ୍ଲକଚେନ ଓ ଏଆଇ ରିସର୍ଚ୍ଚ ଭଳି କ୍ଷେତ୍ରରେ ରାଜ୍ୟର ନେତୃତ୍ୱକୁ ଉଲ୍ଲେଖ କରି ସେ କହିଥିଲେ, “ଆପଣମାନେ ଥରେ ଏଠାକୁ ଆସିବା ପରେ, ଏହା ଆପଣଙ୍କର ୨ୟ ଘର ଭଳି ଅନୁଭବ ହେବ । ମିଳିତ ଭାବେ ଆମେ ଓଡିଶାକୁ ପୂର୍ବ ଭାରତର ଉଦ୍ୟୋଗ ରାଜଧାନୀରେ ପରିଣତ କରିପାରିବା । ଏଥିସହିତ ସେ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସହରକୁ ନୂଆ ଡିଜିଟାଲ ହବ୍ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ, ଯାହା ଭିଜନ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ସହ ସମନ୍ୱିତ ରହିଛି ।

କାର୍ଯ୍ୟକ୍ରମରେ  ରାଜ୍ୟର ଇଲେକ୍‌ଟ୍ରୋନିକ୍ସ ଓ ଆଇଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏଆଇ ଗ୍ରହଣୀୟତା କ୍ଷେତ୍ରରେ ଓଡିଶାର ଅଗ୍ରଗାମୀ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଏହାର ନିଜସ୍ୱ ଏଆଇ ନୀତି ସହିତ ଓ ୨୦୨୫-୨୬ ବଜେଟରେ ଓଡିଶା ଏଆଇ ମିଶନ ପାଇଁ ୨୫ କୋଟି ଟଙ୍କାର ଆବଂଟନ କରିଥିବା ପ୍ରଥମ ରାଜ୍ୟରେ ପରିଣତ ହୋଇଛି । ସେ କୋରାପୁଟରେ ଏଆଇ-ଆଧାରିତ କଫି ଚାଷର ତଦାରଖ ଏବଂ  ଶିଶୁ କୁପୋଷଣ, ମାତୃ ମୃତ୍ୟୁ ହାର (ଏମଏମଆର) ଓ ଶିଶୁ ମୃତ୍ୟୁ ହାର ଭଳି ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ପ୍ରଗତିକୁ  ଟ୍ରାକ୍ କରିବା ପାଇଁ ଆଗାମୀ ଏଆଇ-ଭିତିକ ପ୍ରକଳ୍ପ ସମେତ କୃଷି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇର ପ୍ରୟୋଗଗୁଡିକୁ ଉଲ୍ଲେଖ କରିଥିଲେ । ଏଥିସହିତ ଓଡିଶା ସେମିକଣ୍ଡକ୍ଟର ପଲିସି ଏବଂ ଭୁବନେଶ୍ୱରରେ ଏକ ଫିନଟେକ ସେଂଟର ସ୍ଥାପନ କରିବା ପାଇଁ ସ୍ୱାକ୍ଷରିତ ହୋଇଥିବା ଏମଓୟୁଗୁଡିକ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ ।

କାର୍ଯ୍ୟକ୍ରମର ପ୍ରଥମ ଦିନର ହାଇଲାଇଟରେ  ନୀଳ ଅର୍ଥନୀତି, ପର୍ଯ୍ୟଟନ, ଉତ୍ପାଦନ, ଖଣି ଏବଂ ମହିଳା ଉଦ୍ୟୋଗୀତା କ୍ଷେତ୍ରରେ ଓଡିଶାର ସମ୍ଭାବନା ଉପରେ ଆଲୋଚନା, ରାଜ୍ୟର ସମସ୍ତ ୩୧୪ଟି ବ୍ଲରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଦ୍ୟାଳୟଗୁଡିକରେ ଉଦ୍ୟୋଗି ପ୍ରତିଭାମାନଙ୍କୁ ବିକଶିତ କରିବା ପାଇଁ ଭଏସ ଅଫ୍ ଏଟ୍ରପ୍ରେନ୍ୟୋରସିପ, ଟାଇ ୱମେନ ୧୦୦, ଏଂଟ୍ରପ୍ରେନ୍ୟୋରସିପ ଓଡିଶାର ଶୁଭାରମ୍ଭ ଆଦି ଅନ୍ତର୍ଭୁକ୍ତ ଥିଲା ।

୨ୟ ଦିନରେ ଏଆଇ ପଲିସି ୨୦୨୫, ଭାରତର ଏଆଇ ଲିଡରସିପ ଭିଜନ, ଉଦ୍ୟୋଗିକତା କ୍ଷେତ୍ରରେ ଏଆଇ, ଡାଟା ସେଂଟର, ସ୍କିଲିଙ୍ଗ ଏବଂ ସାର୍ବଜନିନ ସେବାଗୁଡିକ ପାଇଁ ଏଆଇ ଆଦି ପ୍ରସଙ୍ଗ ଉପରେ ପ୍ୟାନେଲଗୁଡିକ ସହିତ ସମାବେଶୀ ଅଭିବୃଦ୍ଧି, ପରିଚାଳନା ଓ ଉଦ୍ଭାବନ କ୍ଷେତ୍ରରେ ଏଆଇର ଭୂମିକା ଉପରେ ଗୁରୁତ୍ୱ ଦେଇଥିବା ଏକ ଏଆଇ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ଦିନରେ ଷ୍ଟାର୍ଟଅପଗୁଡିକର ସଫଳତାର କାହାଣୀ (ଆଇଜି ଡ୍ରୋନସ୍‌, ମିଥିକା, ସ୍କାଏରାଇଡର), ଶ୍ରୀ ସତ୍ୟକାମ ମହାନ୍ତିଙ୍କ ଦ୍ୱାରା ଏକ ଏଆଇ ମାଷ୍ଟରକ୍‌ଲାସ, ପ୍ରିୟଙ୍କା ସିହ୍ନାଙ୍କ ଦ୍ୱାରା ୟୋଗା ଇନ ଏଂଟ୍ରପ୍ରେନ୍ୟୋରସିପ ପ୍ରସଙ୍ଗରେ ଏକ ଅଧିବେଶନ ଆଦି ସାମିଲ ଥିଲା ।

ଏହି ଅବସରରେ ଏକାଧିକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ଯେଉଁଥିରେ ରିସର୍ଚ୍ଚ, ପାଇଲଟ ପ୍ରୋଜେକ୍ଟ, ଟେକ୍ କୋର ଡେଭ୍‌ଲପମେଂଟ, ପଲିସି ଇନ୍‌ପୁଟ୍‌ସ ଓ ଇନୋଭେଶନ ଇକୋସିଷ୍ଟମ ବିଲ୍ଡିଙ୍ଗ କ୍ଷେତ୍ରରେ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ସହଭାଗିତା, ଓ-ଚିପ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଓକାକ୍ ଓ ଏସ୍‌ଏଫଏଏଲ (ସେମିକଣ୍ଡକ୍ଟର ଫାବ୍‌ଲେସ୍ ଆକ୍‌ସିଲରେଟର ଲ୍ୟାବ) ମଧ୍ୟରେ ସହଭାଗିତା, ବୈଷୟିକ ସହଭାଗିତା ପାଇଁ ଇଏସସି ଓଡିଶା ଓ ହିଟାଚି ଏମଜିଆରଏମ ମଧ୍ୟରେ ନଲେଜ ପାର୍ଟନରସିପ ଏବଂ ଷ୍ଟାର୍ଟଅପ ସପୋର୍ଟ ନେଟ୍‌ୱର୍କଗୁଡିକୁ ମଜବୁତ କରିବା ପାଇଁ ଟାଇ ଭୁବନେଶ୍ୱର ଓ ଇନ୍‌କ୍ୟୁବେଶନ ସେଂଟରଗୁଡିକ ମଧ୍ୟରେ ସହଭାଗିତା ଆଦି ଅନ୍ତର୍ଭୁକ୍ତ ରହିଛି ।

ଏହି ସମ୍ମିଳନୀ ଟାଇ ଲିଜେଣ୍ଡ ଏଂଟ୍ରପ୍ରେନ୍ୟୋର, ଏମର୍ଜିଙ୍ଗ ଏଂଟ୍ରପ୍ରେନ୍ୟୋର, ୱମେନ ଏଂଟ୍ରପ୍ରେନ୍ୟୋର, ଚେଞ୍ଜ ମେକର ଏଂଟ୍ରପ୍ରେନ୍ୟୋର ଓ ବେଷ୍ଟ ଇକୋସିଷ୍ଟମ ପାର୍ଟନର ଆୱାର୍ଡ ପ୍ରଦାନ ସହିତ ଶେଷ ହୋଇଥିଲା । ଏହି ଅବସରରେ ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ଅୟସକାନ୍ତ ମହାନ୍ତି କହିଥିଲେ, “ଏହି ସମ୍ମିଳନୀ  ଓଡିଶାର କ୍ଷମତାକୁ ପ୍ରଦର୍ଶିତ କରିଛି ଏବଂ ଆନ୍ତର୍ଜାତୀୟ ସହଭାଗିତା ପାଇଁ ମଂଚ ପ୍ରସ୍ତୁତ କରିଛି । ସମ୍ମିଳନୀରେ ବିବିଧ ଅଂଶଗ୍ରହଣ  ଏକ ଉଲ୍ଲେଖନୀୟ ଉଦ୍ଭାବନ କେନ୍ଦ୍ର ଭାବେ ଭୁବନେଶ୍ୱରର ସ୍ଥିତିକୁ ସୁଦୃଢ କରିଛି ।”


Share It

Comments are closed.