୨୪ ଘଣ୍ଟା ପାଇଁ ବିଜୁଳି ଘଡଘଡି ସହ କୁଆପଥର ବର୍ଷା,୪ ଜିଲ୍ଲାକୁ ହଳଦିଆ ଚେତାବନୀ

Share It

ଭୁବନେଶ୍ୱର,୩୧/୦୩: ରାଜ୍ୟରେ ବର୍ତ୍ତମାନ ଦିନରେ ତାତି ଅପରାହ୍ନ ରେ କାଳ ବୈଶାଖୀ ଜନିତ ବର୍ଷା ହେଉଥିବା ବେଳେ ଆହୁରି ୫ ଦିନ ଯାଏ ଏଭଳି ବର୍ଷା ଲାଗି ରହିବ। ଆଗାମୀ ୨୪  ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ଝଟକା ପବନ ସମ୍ଭାବନା କୁ ନେଇ ଚେତାବନୀ ଜାରି ହୋଇଛି। ମୟୁରଭଞ୍ଜ କେନ୍ଦୁଝର ବାଲେଶ୍ୱର ଓ ଭଦ୍ରକ ଏହି ୪ ଜିଲ୍ଲାରେ ବଜ୍ରପାତ ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ଏବଂ ୫୦ ରୁ ୬୦ କିମି ଝଟକା ପବନ ବହିବାର ସମ୍ଭାବନା ଥିବା ବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ମାଲକାନଗିରି, କୋରାପୁଟ , ଗଂଜାମ, ଗଜପତି,ରାୟଗଡା ,କଳାହାଣ୍ଡି ,ନବରଙ୍ଗପୁର , ନୂଆପଡା ,ବଲାଙ୍ଗୀର ,ବୌଦ୍ଧ ,କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ,ଜଗତସିଂହପୁର, କେନ୍ଦ୍ରାପଡା , ପୁରୀ ,ଢେଙ୍କାନାଳ ,ଯାଜପୁର ,ଅନୁଗୁଳ ଓ କଟକ ୨୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ମାଲକାନଗିରି , କୋରାପୁଟ, ରାୟଗଡା, ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା,ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ,ଯାଜପୁର ,ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର ଓ ନୂଆପଡା ଏହି ୨୧ ଜିଲ୍ଲାକୁ ବିଜୁଳି ଘଡଘଡି ସହ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୪ ତାରିଖ ଯାଏ ରାଜ୍ୟରେ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ। ସେପଟେ ବର୍ଷା ଓ ପବନ ସହ ସମୁଦ୍ର ମଧ୍ୟରେ ପବନର ବେଗ ୪୦ ରୁ ୫୦ ସର୍ବାଧିକ ୬୦ କିମି ବହିବାର ସମ୍ଭାବନ ଥିବାରୁ ସମୁଦ୍ର ଆସନ୍ତା ରହିବ। ତେଣୁ ଉତ୍ତର ଓଡିଶା ଉପକୂଳବର୍ତ୍ତୀ ଅଂଚଳରେ ୨୪ ଘଣ୍ଟା ପାଇଁ ମସ୍ଥ୍ୟଜୀବିଙ୍କୁ ଯିବା ପାଇଁ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଏପଟେ ୪୦ ଡିଗ୍ରୀ ଊର୍ଧ୍ୱରେ ତାପମାତ୍ରା ସହ ଖରା, ଗୁଳୁଗୁଳି ଓ ଗରମ ହେଉଥିବା ବେଳେ  ଆଗାମୀ ୬ ରୁ ୭ ଦିନ ଭିତରେ ରାଜ୍ୟରେ ଦିନ ର ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ଗତ ୨୪ ଘଂଟାରେ ୧୩ ଟି ସ୍ଥାନରେ ବର୍ଷା ହୋଇଥିବା ବେଳେ ମାଲକାନଗିରି ଚିତ୍ରକୋଣ୍ଡା ରେ  ସର୍ବାଧିକ ୩୭  ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଗତ ୨୪ ଘଂଟାରେ ଅସହ୍ୟ ଖରା ସହ ଗୁଳୁଗୁଳି ଓ ଗରମ ଅନୁଭବ ହୋଇଥିବା ବେଳେ  ୪ ଜିଲ୍ଲାରେ ୪୦ ଡିଗ୍ରୀ  ଉପରେ ତାପମାତ୍ରା  ରେକର୍ଡ ହୋଇଛି । ଟିଟିଲାଗଡ଼ ରେ ସର୍ବାଧିକ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।


Share It

Comments are closed.