୨ ଯାଏଁ ଝଡ଼ବର୍ଷା,୨୦ ଜିଲ୍ଲାକୁ ହଳଦିଆ ଚେତାବନୀ

Share It

ଭୁବନେଶ୍ୱର,୩୦/୦୩:ରାଜ୍ୟରେ ଆଗାମୀ ୭ ଦିନ ଯାଏ କାଳ ବୈଶାଖୀ ଲାଗି ରହିବ।ଗତ 24 ଘଣ୍ଟାରେ ଟିଟିଲାଗଡ଼ ରେ ସର୍ବାଧିକ ତାପମାତ୍ରା 40.8 ସେଲସିଅସ ରେକର୍ଡ କରାଯାଇଛି।ଗତ ଚବିଶ ଘଣ୍ଟାରେ ସର୍ବାଧିକ ବର୍ଷା ଭଦ୍ରକ ରେ ହୋଇଛି। ବର୍ତମାନ ଗୋଟିଏ ବାୟୁ ଘୁର୍ଣ୍ଣିବଳୟ ରହିଥିବାରୁଆଗାମୀ ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ବିଜୁଳି ଘଡ ଘଡି ସହିତ ଝଟକା ପବନ ବହିବ।ଏନେଇ ବିଭିନ୍ନ ଜିଲ୍ଲା କୁ ଏଲୋ ୱାର୍ଣ୍ଣି ଜାରି କରାଯାଇଛି ସେଗୁଡିକ ହେଲା ମୟୁରଭଞ୍ଜ କେଉଁଝର, ବାଲେଶ୍ୱର, ଭଦ୍ରକ ଗଞ୍ଜାମ ଗଜପତି, ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାକୁ ରହିଛି, ସେହିଭଳି ମାଲକାନଗିରି,କୋରାପୁଟ ନବରଙ୍ଗପୁର,କନ୍ଧମାଳ,ନୟାଗଡ଼,ଖୋର୍ଦ୍ଧା,ପୁରୀ,କଟକ ଜଗତସିଂହପୁର,ଢେଙ୍କାନାଳ,କେନ୍ଦ୍ରାପଡ଼ାର କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।ଆଗାମୀ ପାଞ୍ଚ ଦିନ ବର୍ଷା ନେଇ ସତର୍କ କରାଇଲେ ପାଣିପାଗ ବିଭାଗ।ବର୍ଷା ବିଜୁଳି ଘଡଘଡି ପବନ ସହିତ କୁଆପଥର ହେବା ର ସମ୍ଭାବନା ରହିଛି।ଆଗାମୀ ସାତ ଦିନ ଭିତରେ ରାଜ୍ୟରେ ଦିନ ର ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।


Share It

Comments are closed.