ଆଗାମୀ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା
ଭୁବନେଶ୍ୱର,୦୫/୦୪:ଜଳୁଛି ପଶ୍ଚିମରୁ ଉପକୂଳ। ସବୁଠି ଲାଗି ରହିଛି ଅସହ୍ୟ ଗରମ ସହ ଗୁଳୁଗୁଳି।ରାଜ୍ୟରେ ପାରଦର ସ୍ତର ଉପରମୁହାଁ ରହିଛି।ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ତାତିରୁ ତ୍ରାହି ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଜି ଅର୍ଥାତ୍ ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି ,ନବରଙ୍ଗପୁର କୋରାପୁଟ ,ରାୟଗଡା, କଳାହାଣ୍ଡି କନ୍ଧମାଳ,ଗଜପତି, ଗଂଜାମ, ବୌଦ୍ଧ ,ସୋନପୁର ,ନୂଆପଡା,ବଲାଙ୍ଗୀର, ନୟାଗଡ ,ଖୋର୍ଦ୍ଧା, ପୁରୀ ,ସୁନ୍ଦରଗଡ , ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୮ ଜିଲ୍ଲାକୁ ବିଜୁଳି ଘଡଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।୬ ରେ ୨୦ ଜିଲ୍ଲା ସହ ୭ ତାରିଖରେ ରେ ପୁରା ଜିଲ୍ଲାରେ କାଳବୈଶାଖୀ ସହ ୮ ତାରିଖ ଯାଏ ରାଜ୍ୟରେ ଲାଗିରହିବ ବର୍ଷା।ଏହାକୁ ନେଇ ତାତି ରୁ ତ୍ରାହି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଅନ୍ୟପଟେ ୮ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ଥିବା ବେଳେ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଦିନରେ ତାତି ରାତିରେ ବର୍ଷା ହେଉଥିବା ବେଳେ ୧୩ ଟି ଷ୍ଟେସନ ରେ ବର୍ଷା ହୋଇଛି।ରାୟଗଡାର ଆରଗୁଡା ରେ ୭୫.୮ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

Comments are closed.