ଡ଼ାଲଖାଇ ଯୋଜନା ମାଧ୍ୟମରେ ଶ୍ରମିକ ମାନଙ୍କ ର ହେବ ସ୍କିଲ ମ୍ୟାପିଂ

Share It

ଭୁବନେଶ୍ଵର,୦୩/୦୩:ଦୁଇ ବର୍ଷ ରେ ୩୦୫ ଦାଦନ ଶ୍ରମିକ ଶବ ହୋଇ ଫେରିବା ଓ ୨୧୭୬ ପ୍ରବାସୀ ଶ୍ରମିକ ନିର୍ଯ୍ୟାତନା ର ଶିକାର ହେବା ଘଟଣା କୁ ନେଇ ଆକ୍ସନ ମୋଡ଼ ରେ ରାଜ୍ୟ ଶ୍ରମ ବିଭାଗ । ଶ୍ରମ ମନ୍ତ୍ରୀ କହିଲେ  ପ୍ରବାସୀ ଶ୍ରମିକଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଉଛି । ଯେଉଁମାନେ ବିନା ପଞ୍ଜିକରଣ ରେ ବାହାରକୁ ଯାଉଛନ୍ତି ସେମାନଙ୍କୁ ସଚେତନତା ପାଇଁ ପ୍ରତ୍ୟେକ ପଂଚାୟତ ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯିବ । ରାଜ୍ୟ ସରକାରଙ୍କୁ ତଥ୍ୟ ନ ଦେଇ ଯାଉଥିବା ରୁ ଏଭଳି ଘଟଣା ସବୁ ଘଟୁଛି । ତାକୁ ରୋକିବା ପାଇଁ ସରକାର ବର୍ତ୍ତମାନ ପଦକ୍ଷେପ ନେବା ସହ ପଞ୍ଜିକରଣ କରିବାକୁ ନିବେଦନ କରିଛନ୍ତି ଶ୍ରମ ମନ୍ତ୍ରୀ । ପଞ୍ଜିକରଣ କରି ଗଲେ ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ । ସେମାନଙ୍କ ସଚେତନତା ପାଇଁ ଚଳିତ ଅଧିକ ପ୍ରଚାର ପ୍ରସାର କରାଯିବ । ଡ଼ାଲଖାଇ ଯୋଜନା ମାଧ୍ୟମରେ ଶ୍ରମିକ ମାନଙ୍କ ର ସ୍କିଲ ମ୍ୟାପିଂ ହେବ । ବାହାରକୁ ଯାଉଥିବା ଦାଦନ ମାନଙ୍କୁ ଏଠି କାମ ଯୋଗାଇ ଦିଆଯିବ । ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ଭଳି ଦାଦନ ପ୍ରବଣ ଅଞ୍ଚଳରେ ରେଶମ ଶିଳ୍ପ ବିଭିନ୍ନ ଶିଳ୍ପାନୁଷ୍ଠାନ ଖୋଲିବା ପାଇଁ ଯୋଜନା ହୋଇଛି।


Share It

Comments are closed.