ଶୁଆ ଚୋରା ଚାଲାଣ ବେଳେ ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

Share It

ବୌଦ୍ଧ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଜଙ୍ଗଲ ଅଞ୍ଚଳରେ ଏକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରାଯାଇଛି । ବେଆଇନ ଶୁଆ ଓ କଇଁଛ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୌଦ୍ଧ ବନ ବିଭାଗ ।

ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ କଣ୍ଟୁଆଣି ଗ୍ରାମର କିଶୋର କୁମାର ସାହୁ, ସମ୍ବଲପୁର ଜିଲା ରେଢାଖୋଲ ଥାନା ସାଲେଇସିଙ୍ଗ ଗାଁର ଯୋଗେଶ୍ୱର ଦେହୁରୀ, ରେଢାଖୋଲ ସୁଦସାହିର ବଳରାମ ଜେନା, ରେଢାଖୋଲ ଖନ୍ଦାଢିପର ଆୟୁଷ କୁମାର ସାହୁ । ସେମାନଙ୍କଠାରୁ ୧୫ଟି ଶୁଆ ଓ ୩ଟି କଇଁଛ ଜବତ କରାଯାଇଛି ।

ଏହି ଘଟଣା ପରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନ୍ତର୍ଗତ ପ୍ରତିବନ୍ଧିତ ପଶୁ ପକ୍ଷୀଙ୍କୁ ଘରେ ପାଳନ ନ କରିବାକୁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ରାକେଟର ଚେର ଆଉ କେଉଁଆଡେ ଲମ୍ବିଛି କିମ୍ବା ଆଉ କେହି ଏଥିରେ ସାମିଲ ଅଛି ନାହିଁ ତାହାର ତଦନ୍ତ ଆରମ୍ଭ କରୁଛି ବୌଦ୍ଧ ଜଙ୍ଗଲ ବିଭାଗ ।


Share It

Comments are closed.