ଶପଥ ନେଲେ ନବନିର୍ବାଚିତ ଓଡ଼ିଶାର ୩ ରାଜ୍ୟସଭା ସାଂସଦ

Share It

ନୂଆଦିଲ୍ଲୀ,୦୬/୦୪:ଶପଥ ନେଲେ ନବନିର୍ବାଚିତ ଓଡ଼ିଶାର ୩ ରାଜ୍ୟସଭା ସାଂସଦ।ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ଦିଲ୍ଲୀପ ରାୟ, ସଂତୃପ୍ତ ମିଶ୍ର।ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆଉ ଜଣେ ସାଂସଦ ଅର୍ଥାତ୍ ସୁଜିତ କୁମାର ଶପଥ ନେଇନାହାଁନ୍ତି । କଣ ପାଇଁ ସେ ଶପଥ ନେଇନାହାଁନ୍ତି ତାହା ଜଣାପଡିନି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍ ସଂସଦ ଭବନରେ ଓଡ଼ିଶାରୁ ନବନିର୍ବାଚିତ ୩ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

୨୦୨୬ ମାର୍ଚ୍ଚ ୧୬ରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଜିତିଥିବା ବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ ରାୟ ମଧ୍ୟ ନିର୍ବାଚନ ଜିତି ଥିଲେ । ସେହିପରି ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ରାଜ୍ୟସଭା ନିର୍ବାଚନରେ ବାଜିମାତ କରିଛନ୍ତି ।


Share It

Comments are closed.