୩ ବିଧାୟକ କଟକକୁ କଳଙ୍କିତ କଲେ:ସୁବାସ ସିଂ
କଟକ,୨୨/୦୩:ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଲେ କଟକ ମେୟର।୩ ବିଧାୟକ କଟକକୁ କଳଙ୍କିତ କଲେ କହିଲେ ମେୟର ସୁବାସ ସିଂ।କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଲେ ସୁବାସ।ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ।ଏମାନେ ଯେଭଳି ବିଶ୍ବାସଘାତ କରିଛନ୍ତି, ରାଜ୍ୟବାସୀ କେବେ କ୍ଷମା ଦେବେନି।ଆଗକୁ ଏମାନେ ଖତ ହୋଇଯିବେ କହିଲେ ସୁବାସ ସିଂ।୨ ବର୍ଷ ତଳୁ ଏମାନେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ, ଏବେ ସାମ୍ନାକୁ ଆସିଲା।ଦମ୍ ଅଛି ତ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ନ୍ତୁ।କେବଳ ନିଜ ଅପକର୍ମକୁ ଲୁଚାଇବା ପାଇଁ ବିଜୁ ଲିଗାସି କଥା କହୁଛନ୍ତି।

Comments are closed.