ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ମାଓବାଦୀ ନିହତ

Share It

ସୁକୁମା : ଆଜି ସକାଳେ ଛତିଶଗଡ ସୁକୁମା ଜିଲ୍ଲା ଗୋଲାପାଲି ଥାନା ଅନ୍ତର୍ଗତ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ଘଟିଥିବାବେଳେ ଏଥିରେ ତିନି ମାଓବାଦୀ ନିହତ ହୋଇଛନ୍ତି ବୋଲି ସୂଚନା ମିଳିଛି ।
ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଥିବାର ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଏହି ଖବର ମିଳିବା ପରେ ଜିଲ୍ଲା ରିଜର୍ଭ ଗାର୍ଡ ସେହି ଅଂଚଳକୁ ପଠାଯାଇଥିଲା । ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ପାଖରୁ ସୁରକ୍ଷାକର୍ମୀ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛନ୍ତି । ବର୍ତ୍ତମାନ ସେହି ଅଂଚଳରେ ତଲାସୀ ଜାରି ରହିଛି ।


Share It

Comments are closed.