ସରିଲା ଚଳିତବର୍ଷର ଭୁବନେଶ୍ୱର ପଥୋତ୍ସବ।
ଭୁବନେଶ୍ଵର,୦୧/୦୨: ପଥୋତ୍ସବର ମଜା ନେଲେ ରାଜଧାନୀବାସୀ।ନାଚ, ଗୀତ ଓ ବିଭିନ୍ନ ସାମାଜିକ ବାର୍ତ୍ତା ସହିତ ସରିଲା ପଥୋତ୍ସବ । ଇମ୍ଫୋସିଟି ଛକରୁ ଶିଖରଚଣ୍ଡୀ ଛକ ପର୍ଯ୍ୟନ୍ତ ଚଳିତବର୍ଷର ଶେଷ ପଥୋତ୍ସବ ଅନୁଷ୍ଠିତ ହୋଇଥିଲା ।ମଞ୍ଚରେ ଗାୟକ ରୁକୁ ସୁନାଙ୍କ ଗୀତ ଓ କମେଡିଆନ ପ୍ରଜ୍ଞାନ ଓ ଶଙ୍କର ଙ୍କ କମେଡିରେ ପଥୋତ୍ସବକୁ ଉପଭୋଗ କରିଛନ୍ତି ରାଜଧାନୀବାସୀ ।

ଜମିଲା ପାରମ୍ପରିକ ନୃତ୍ୟର ଆସର
ପଥୋତ୍ସବରେ ପ୍ରମୁଖ ଆକର୍ଷଣ ସାଜିଥିଲା ସେଲଫି ପଏଣ୍ଟ । ଭ୍ରମଣକାରୀଙ୍କ ପାଇଁ ୫ରୁ ଉର୍ଦ୍ଧ୍ବ ସେଲ୍ଫି ଜୋନ ତିଆରି ହୋଇଥିଲା । ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମ 2ଟି ମଞ୍ଚରେ ଅନୁଷ୍ଠିତ ହେଉଥିଲା । ଏହା ସହିତ ଫ୍ୟାସନ ସୋ ଓ ଡିଜେ ତାଳେ ତାଳେ ନାଚିଥିଲା ରାଜଧାନୀ । ପାରମ୍ପରିକ ନୃତ୍ୟ, ଗୀତ ଓ ଖେଳକୁଦ, ମାଲଖମ୍ବ, ଯୋଗ, କିଡ୍ସ କିଙ୍ଗଡମ୍, ପଜଲ ଗେମ୍, ଲୁଡୁ, ବାଘ ନାଚ ଆଦିର ଆସର ଜମିଥିଲା । ଏହି ମହୋତ୍ସବରେ ବେଶ ନିଆରା ଥିଲା ପ୍ଲାଷ୍ଟିକ ଦାନବର ସ୍ଵଚ୍ଛ ସଚେତନତା ।
ସାଇକେଲିଂ, ସ୍କେଟିଂ ସହ ଫୁଡ୍ କୋର୍ଟରେ ଗରମ ଗରମ ଦେଶୀ ଖାଦ୍ୟର ମଜ୍ଜା ନେଇଥିଲେ ଭୁବନେଶ୍ୱରବାସୀ । କର୍ମକ୍ଳାନ୍ତ ଜୀବନରୁ ଟିକିଏ ସମୟ ବାହାର କରି ବହୁ ସଂଖ୍ୟାରେ ଏହି ପଥ ଉତ୍ସବରେ ଲୋକମାନେ ସାମିଲ ହୋଇଥିଲେ । ଏହା ସହିତ ବହୁ କଳାକାର ନିଜର କଳା ପ୍ରଦର୍ଶନ କରିଥିଲେ । ରଙ୍ଗୋଲି ଠାରୁ ନେଇ ଚିତ୍ର ଆଙ୍କିବା, ଷ୍ଟ୍ରିଟ୍ ପ୍ଲେ, ପାରମ୍ପାରିକ ନୃତ୍ୟର ଆସର ଜମିଥିଲା । ଏହା ସହିତ ଗଞ୍ଜାମରୁ ଆସିଥିବା କଣ୍ଢେଇ ନାଚ ଲୋକଙ୍କ ମନ ଜିଣିଥିଲା ।
Comments are closed.