ଚଳିତ ଅକ୍ଷୟ ତୃତୀୟାରେ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି କାମନା କରୁଛି ରିଲାଏନ୍ସ ଜୁଏଲ୍ସ

Share It

ଭୁବନେଶ୍ୱର: ଘରକୁ ସମୃଦ୍ଧି ଏବଂ ଆଶା ଆଣିବାର ନିରବଚ୍ଛିନ୍ନ ବିଶ୍ୱାସ ସହିତ ରିଲାଏନ୍ସ ଜୁଏଲ୍ସ ଅକ୍ଷୟ ତୃତୀୟା ପାଳନ କରୁଛି । ‘ଅକ୍ଷୟ’ ଅର୍ଥ ଯାହା କ୍ଷୟ ହୁଏନାହିଁ । ଅକ୍ଷୟ ତୃତୀୟା ନୂତନ ଆରମ୍ଭ ଏବଂ ସୁନା ତଥା ଅନ୍ୟାନ୍ୟ ମୂଲ୍ୟବାନ ଧାତୁ କ୍ରୟ କରିବାର ସବୁଠାରୁ ପବିତ୍ର ଦିନ ଭାବରେ ବିବେଚନା କରାଯାଏ ।

କୋଭିଡର ଦ୍ୱିତୀୟ ଲହର କାରଣରୁ ଅନିଶ୍ଚିତ ପରିବେଶ ମଧ୍ୟରେ ରିଲାଏନ୍ସ ଜୁଏଳ୍ସର ମାତ୍ର କିଛି ସୋ’ରୁମ୍ ଦେଶର ସୀମିତ ସହରରେ ସ୍ଥାନୀୟ ସୁରକ୍ଷା ନିୟମାବଳୀ ଅନୁପାଳନ ସହିତ ଖୋଲିବ । ତେବେ ରିଲାଏନ୍ସ ଜୁଏଲ୍ସ ସାରା ଦେଶରେ ଏହାର ଗ୍ରାହକମାନଙ୍କୁ ଘରେ ରହିବା ସହିତ ସୁରକ୍ଷା ନିୟମାବଳୀ ମାନିବାକୁ ନିବେଦନ କରୁଛି ।

ପ୍ରତ୍ୟେକ ଅକ୍ଷୟ ତୃତୀୟାରେ ସୁନା କ୍ରୟ କରିବା ପରମ୍ପରାକୁ ଆଗେଇନେବା ସକାଶେ ରିଲାଏନ୍ସ୍ ଜୁଏଲ୍ସ ଗ୍ରାହକମାନଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ରହି ଅନ୍‌ଲାଇନ କ୍ରୟ କରିବାର ବ୍ୟବସ୍ଥାକୁ ସୁଗମ କରାଉଛି । ଗ୍ରାହକମାନେ ପରମ୍ପରା ବଜାୟ ରଖିବାକୁ ବିବିଧ ବର୍ଗର ସୁନା ଓ ରୂପା କଏନ, ସୁନା ଗ୍ରାମ୍ ଓଜନର ଭାଉଚର ଏବଂ ହାଲୁକା ଅଳଙ୍କାରଗୁଡିକ ସର୍ବୋତ୍ତମ ମୂଲ୍ୟରେ କ୍ରୟ କରିବା ପାଇଁ https://www.reliancejewels.com/festive-offer/category:83/https://www.reliancejewels.com/festive-offer/category:83/ ଲିଙ୍କ୍ ରେ କ୍ଲିକ୍ କରି ନିଜ ପସନ୍ଦର କିଣାକିଣି କରିପାରିବେ ।

ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନିଲ ନାୟକ କହିଛନ୍ତି, “ସମଗ୍ର ବିଶ୍ୱରେ ଭାରତୀୟଙ୍କ ପାଇଁ ଅକ୍ଷୟ ତୃତୀୟା ଏକ ପବିତ୍ର ମୁହୂର୍ତ୍ତ ଏବଂ ସାଂପ୍ରତିକ ମହାମାରୀ ଏହି ବିଶ୍ୱାସ ପ୍ରତି ବାଧା ଆଣୁବୋଲି ଆମେ ଚାହୁଁନାହୁଁ । ଉତ୍ତମ ସମୟ ଶୁଭାରମ୍ଭର ପ୍ରତୀକ ଭାବରେ ଗ୍ରାହକମାନେ ସୁନା କିଣିବାକୁ ସେମାନଙ୍କର ଆଗ୍ରହ ପ୍ରକାଶ କରିଛନ୍ତି, ତେଣୁ ରିଲାଏନ୍ସ୍ ଜୁଏଲ୍ସରେ ଆମେ ଆମ ଗ୍ରାହକଙ୍କର ଅନୁରୋଧ ରଖିବା ପାଇଁ ସେମାନଙ୍କୁ ଏକ ବର୍ଦ୍ଧିତ ଅନ୍‌ଲାଇନ କିଣାକିଣି ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛୁ । ଅନ୍‌ଲାଇନରେ ଆମର ଅକ୍ଷୟ ତୃତୀୟା ଅଫରକୁ ନେଇ ନୂତନ ଆରମ୍ଭ, ଉଜ୍ଜ୍ୱଳତର ଭବିଷ୍ୟତ ଏବଂ ଏକ ନିରାପଦ ତଥା ସୁସ୍ଥ ବିଶ୍ୱ ଗଠନ ପରମ୍ପରାର ଆଶା ଓ ବିଶ୍ୱାସ ଆପଣେଇବାକୁ ଆମେ ଚାହିଁବୁ ।”

ଅନ୍‌ଲାଇନରେ କ୍ରୟ କରାଯାଉଥିବା ସୁନା କଏନ୍‌ଗୁଡିକ ଲକ୍‌ଡାଉନ୍ ପରବର୍ତ୍ତୀ ସମୟରେ ପହଂଚାଇ ଦିଆଯିବ ଏବଂ ସୋ’ରୁମ୍‌ଗୁଡିକ ଖୋଲିଲେ ସୁନା ଗ୍ରାମଓଜନର ଭାଉଚରକୁ ଦାଖଲ କରି ସେହି ଓଜନର ସୁନା କ୍ରୟ କରାଯାଇପାରିବ ଏବଂ ଏହା ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ବୈଧ ରହିବ । ଯଦି କଟକଣା ବଳବତ୍ତର ରହେ, ତେବେ ଗ୍ରାହକଙ୍କୁ ଉଚିତ୍ ସମୟ ପ୍ରଦାନ ସୁନିଶ୍ଚିତ କରିବାକୁ ସୁନା ଗ୍ରାମଓଜନର ଭାଉଚରର ବୈଧତାରେ ବୃଦ୍ଧି କରାଯିବ ।

ଗ୍ରାହକମାନେ ମଧ୍ୟ ୱେବସାଇଟ୍‌ରେ ରିଲାଏନ୍ସ ଜୁଏଲ୍ସର ୱେବ୍‌ସାଇଟ୍‌ରୁ ହାଲୁକା ଓଜନ ବିଶିଷ୍ଟ ଅଳଙ୍କାର ଡିଜାଇନଗୁଡିକ ମଧ୍ୟରୁ କିଣାକିଣି କରିପାରିବେ ।


Share It

Comments are closed.