ବୈଜ୍ଞାନିକଙ୍କ ଚେତାବନୀ, ଆସନ୍ତା ୬-୮ ମଧ୍ୟରେ ଆସିବ କରୋନାର ତୃତୀୟ ଲହର

Share It

ଭାରତ କରୋନା ଭାଇରସର ଦ୍ୱିତୀୟ ଲହର ସହ ଲଢ଼ୁଛି। କରୋନାର ଦ୍ୱିତୀୟ ଲହରରେ ନୂଆ ମାମଲା ଏବଂ ଦୈନିକ ମୃତ୍ୟୁ ସଂଖ୍ୟା ବିଶ୍ୱର ରେକର୍ଡ ଭାଙ୍ଗିଛି। ଏସବୁ ଭିତରେ ବର୍ତ୍ତମାନ ଭାରତରେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି। ଆସୁଥିବା ତୃତୀୟ ଲହର ଆହୁରି ଭୟଙ୍କର ହୋଇପାରେ । ୬ରୁ ୮ ମାସ ପରେ ଆସିବ କରୋନାର ତୃତୀୟ ଲହର। ଦେଶରେ ଟିକାକରଣ କାର‌୍ୟ୍ୟକ୍ରମକୁ ତୀବ୍ରତର ନକଲେ ଭୟାବହ ହେବ ତୃତୀୟ ଲହରୀ । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରାଳୟର ତିନି ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ କମିଟି ଏହି ଅନୂମାନ କରାଯାଇଛି। ଏହା ସହିତ ଭାରତ ସରକାରଙ୍କୁ ମଧ୍ୟ ଚେତାବନୀ ଦେବା ସହିତ ସତର୍କ କରାଇଛି।

ଏହି ସମୟରେ, କୋଭିଡ-୧୯ ସଂକ୍ରମଣର ପୂର୍ବାନୁମାନ କରିବା ସହିତ ବୈଜ୍ଞାନିକ ଏମ ବିଦ୍ୟାସାଗର କହିଛନ୍ତି ଯେ, ଯଦି ଦେଶରେ ଟୀକାକରଣ ଅଭିଯାନ ଜୋରଦାର ନହୁଏ ଏବଂ କରୋନା ମହାମାରୀ ସହିତ ମୁକାବିଲା କରିବା ପାଇଁ ଆବଶ୍ୟକ ନିୟମ ପାଳନ ନହୁଏ ତାହେଲେ ଆଗାମୀ ଛଅରୁ ଆଠ ମାସ ମଧ୍ୟରେ କୋଭିଡର ଏକ ତୃତୀୟ ଲହର ଆଶା କରାଯାଇପାରେ। ବିଶେଷଜ୍ଞଙ୍କ ମତ ଅନୁସାରେ ତୃତୀୟଲହରୀରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏବେଠାରୁ ଅନେକ ଏସୀୟ ଦେଶ, କରୋନାର ତୃତୀୟ ଲହରୀ ସହ ଲଢ଼େଇ ଜାରି ରଖିଛନ୍ତି ।

ବୈଜ୍ଞାନିକ ବିଦ୍ୟାସାଗର ଏହା ମଧ୍ୟ କହିଛନ୍ତି ଯେ, ଯଦି ଆଣ୍ଟିବଡି ଶେଷ ହୋଇଯାଉଛି ତେବେ ପ୍ରତିରୋଧ କ୍ଷମତା କମ୍ ହେବାର ଆଶଙ୍କା ରହିଛି। ତେଣୁ ଟୀକାକରଣ ବୃଦ୍ଧି କରାଯିବା ଉଚିତ ଏବଂ କୋଭିଡ-୧୯ ର ବିସ୍ତାରକୁ ରୋକିବାରେ ନିୟମାବଳୀ ପାଳନ କରାଯିବା ଉଚିତ । କମିଟିର ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ୱାଲ କହିଛନ୍ତି ଯେ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, କେରଳ, ସିକିମ, ଉତରାଖଣ୍ଡ, ଗୁଜୁରାଟ, ହରିୟାଣା, ଗୋଆ ଓ ଦିଲ୍ଲୀରେ ଦ୍ୱିତୀୟ ଲହର ପିକ୍‌ରେ ପହଁଚି ସାରିଛି । ତାମିଲନାଡୁରେ ମେ ୨୯ରୁ ମେ ୩୧ ମଧ୍ୟରେ ପଣ୍ଡିଚେରୀରେ ମେ ୧୯-୨୦ରେ ସଂକ୍ରମଣ ପିକ୍‌ରେ ପହଁଚିବ। ପୂର୍ବ ଓ ପୂର୍ବତ୍ତୋର ରାଜ୍ୟ ଗୁଡିକରେ ଏବେ ସୁଦ୍ଧା ସଂକ୍ରମଣ ପିକ୍‌ରେ ପହଁଚିନାହିଁ ।


Share It

Comments are closed.