ଓଡ଼ିଶାରେ ରହିଛି ୨୪୫୬ ଟି ଜଙ୍ଗଲ ପାହାଡ଼

Share It

ଭୁବନେଶ୍ୱର,୩୧/୦୩:ଆପଣ ଜାଣନ୍ତି ଆମ ରାଜ୍ୟରେ କେତୋଟି ପାହାଡ଼ ରହିଛି।ଆଜି ବିଧାନସଭାରେ ଏହାର ସମସ୍ତ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର।ବିଧାନସଭା ର ତଥ୍ୟ ଅନୁଯାୟୀ ରାଜ୍ୟରେ ୨୪୫୬ ଟି ଜଙ୍ଗଲ ପାହାଡ଼ ଥିବା ବେଳେ ୩୧୬ ଟି ରହିଛି ଲଣ୍ଡା ପାହାଡ଼।ଏହି ସବୁ ପାହାଡ଼ ର ମୋଟ ଆୟତନ ହେଉଛି ୧୬ ହଜାର ୮୬୪.୨୨ ବର୍ଗ କିମି।ବିଗତ ଦୁଇ ବର୍ଷ ରେ ରାଜ୍ୟରେ ୧୫୪୪.୩୨ ହେକ୍ଟର ଲଣ୍ଡା ପାହାଡ଼ ରେ ବନୀକରଣ କରାଯାଇଛି।ସେହିପରି ୨୦୨୬-୨୭ ଆର୍ଥିକ ବର୍ଷ ରେ ୭୬୧.୨୬ ହେକ୍ଟର ଲଣ୍ଡା ପାହାଡ଼ ରେ ବୃକ୍ଷ ରୋପଣ ପାଇଁ ପ୍ରସ୍ତାବ ରହିଛି ବୋଲି ବିଧାନସଭା ରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।


Share It

Comments are closed.