ମସ୍ତିଷ୍କ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦୂରେଇ ରୁହନ୍ତୁ ଏହି ସମସ୍ତ ଖାଦ୍ୟରୁ

Share It

ମଣିଷ ଯେତେବେଳେ ନିଜର ଖାଦ୍ୟ-ପାନୀୟରେ ଭୁଲ୍‌ ଜିନିଷକୁ ସାମିଲ କରେ ତ ଏଥିରେ ଡୋପାମାଇନ୍‌ ଓ ସେରୋଟୋନିନ ଭଳି ନ୍ୟୁରୋଟ୍ରାନ୍ସମିଟର୍ସର ବାଲାନ୍ସ ପ୍ରଭାବିତ ହୋଇଥାଏ । ଏକ ଅଧ୍ୟୟନ ମୁତାବିକ୍‌ , ହାଇ ସୁଗାର ଓ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଯୁକ୍ତ ଡାଇଟ୍‌ ଆମର ହିପ୍ପୋକ୍ୟାମ୍ପସ( ଏକ ଜଟିଳ ବ୍ରେନ୍‌ ଷ୍ଟ୍ରକଚର ) ବିହେଭିୟରକୁ ବଦଳାଇ ଥାଏ । ଏଥିପାଇଁ ଡାକ୍ତରମାନେ ମସ୍ତିଷ୍କ ସହ ଜଡ଼ିତ ସମସ୍ୟାକୁ ଟ୍ରିଗର କରିଥିବା ଜିନିଷରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି ।

କେକ୍‌ ବା କୁକିଜ୍‌ – କେକ୍‌ , କୁକିଜ୍‌ , କ୍ରେକର ଓ କୋଲ୍ଡ ଡ୍ରିଙ୍କସ ଭଳି ହାଇ ସୁଗାର ଫୁଡ୍‌ ଆମର ମସ୍ତିଷ୍କର ୱେଷ୍ଟଲାଇନ୍‌ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇପାରେ ।ଏଥିପାଇଁ ବିଶେଷଜ୍ଞ ପ୍ରୋସେସ୍ଡ ଫୁଡ୍‌ (Processed Food)ରେ ଥିବା ରିଫାଇଣ୍ଡ ସୁଗାରକୁ ବିଶେଷ ରୂପେ କମ୍ କରିବାକୁ ପରାମର୍ଶ ଦିଅନ୍ତି । ଏହିସବୁ ଖାଦ୍ୟ ସ୍ଥାନରେ ଯଦି ଆପଣ ସ୍ୱାସ୍ଥ୍ୟକର ଫଳ ସେବନ କରନ୍ତି ତ ବହୁତ ଭଲ ହେବ ।

ଅଧିକ ଲୁଣ ଥିବା ଡାଇଟ୍‌ – ଚିପ୍ସ , ପିଜା , କ୍ୟାନ୍‌ ସୁପ୍‌ ଓ ପ୍ରୋସେସ୍‌ଡ ମିଟ୍‌ରେ ସୋଡିୟମର ମାତ୍ରା ବହୁତ ଅଧିକ ଥାଏ , ଯାହା ମସ୍ତିଷ୍କର କୋଶିକାଗୁଡ଼ିକରେ ଥିବା ଟାଉ ପ୍ରୋଟିନ୍‌ର ସ୍ତରକୁ ଅସ୍ଥିର କରିପାରେ । ଟାଉ ପ୍ରୋଟିନ୍‌ର ସ୍ତର ବୃଦ୍ଧି ଡେମନ୍ସିଆର ରୋଗୀକୁ ବୃଦ୍ଧି କରିଥାଏ । ଏଥିପାଇଁ ଡାକ୍ତର ଅଧିକ ଲୁଣ ବଦଳରେ ସ୍ପାଇସ୍‌ ବା ସିଜଲନ ଫୁଡ୍‌ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

ପ୍ରୋସେସ୍ଡ ମିଟ୍‌ – ଅଲଜାଇମରର ବିପଦରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ପ୍ରୋସେସ୍ଡ ମିଟ୍‌ ସହ ଅନେକ ଇନଫ୍ଲେମେଟରୀ ଫୁଡ୍‌ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । ପ୍ରୋସେସ୍‌ଡ ମିଟ୍‌ କେମିକଲ , ଅତ୍ୟଧିକ ଲୁଣ , ସ୍ମୋକ , ଡ୍ରାଇ ଓ କ୍ୟାନିଂ ଭଳି ଅନେକ ପ୍ରକ୍ରିୟା ହେବା ପରେ ପ୍ରସ୍ତୁତ ହୋଇଥାଏ ।

ଆଲକହଲ – ବିଶେଷଜ୍ଞଙ୍କ କହିବା ହେଲା କି ମଦରେ ଥିବା ଆଲକହଲର ବହୁତ ଅଧିକ ସେବନ ନ୍ୟୁରୋଟ୍ରାନ୍ସମିଟରର ବାଲାନ୍ସକୁ ପ୍ରଭାବିତ କରିପାରେ ଏବଂ ଆମର ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ପାରେ ।

ହ୍ୱାଇଟ୍‌ ବ୍ରେଡ୍‌ ବା ରାଇସ୍‌ – ରିସର୍ଚ୍ଚ ମୁତାବିକ୍‌ , ହ୍ୱାଇଟ୍‌ ବ୍ରେଡ୍‌ ବା ସଫା ରାଇସ୍‌ର ଅଧିକ ସେବନ ସେହି ଲୋକଙ୍କ ପାଇଁ ଅଲଜାଇମର( ସ୍ମୃତି ଶକ୍ତି ଓ ଚିନ୍ତା ଶକ୍ତି ହ୍ରାସ କରିବା ରୋଗ) ସମସ୍ୟା ସୃଷ୍ଟି କରିପାରେ , ଯିଏ ଅନୁବଂଶିକ ରୂପେ ଏହା ପ୍ରତି ସମ୍ୱେଦନଶୀଳ ଥାଆନ୍ତି । ସେମାନଙ୍କୁ ଅଧିକ ଖାଇବାରୁ ନିବୃତ ରହିବା ଉଚିତ୍‌ ।


Share It

Comments are closed.