ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପରିବହନ ବିଭାଗର ସ୍ୱତନ୍ତ୍ର ଅଭିଯାନ

Share It

ଭୁବନେଶ୍ୱର,୨୫/୦୩:କଡ଼ା ଆଭିମୁଖ୍ୟ ଗ୍ରହଣ କଲା ପରିବହନ ବିଭାଗ। ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଚଳାଇଛି ପରିବହନ ବିଭାଗ। ପ୍ରଥମ ପର୍ଯ୍ୟାୟରେ ଦୂରଗାମୀ ଏକ୍ସପ୍ରେସ ବସ୍ ର ହୋଇଛି ଚେକିଂ। ସମସ୍ତ ଏମ୍.ଭି ଡକ୍ୟୁମେଣ୍ଟ ହୋଇଛି ଯାଞ୍ଚ୍। ଫାୟାର ଶେଫ୍ଟି, ଫାଷ୍ଟଏଡ୍, ଏମର୍ଜେନ୍ସି ଡୋର୍, ଏକ୍ସେସ ଫେୟାର, ଡ୍ରଙ୍କେନ୍ ଡ୍ରାଇଭ୍ ଓ ମୋବାଇଲ ବ୍ୟବହାର କରି ବସ୍ ଚଳାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମୋଟର ଭେଇକେଲ ଆକ୍ଟ୍ ଅନୁସାରେ ହେବ କାର୍ଯ୍ୟନୁଷ୍ଠାନ। ଯାତ୍ରୀଙ୍କ ସୁରକ୍ଷା ଓ ଟ୍ରାଫିକ ବିପର୍ଯ୍ୟସ୍ତ ରୋକିବା ପାଇଁ ଆରମ୍ଭ ହେଲା ସ୍ପେଶଲ୍ ଡ୍ରାଇଭ୍। ସକାଳୁ ସଂଧ୍ୟା ଯାଏ ଟୁଇନ୍ ସିଟିରେ ଆର୍ଟିଓ କର୍ମଚାରୀ ରହିବେ ଆଲର୍ଟ। ପ୍ରଥମ୍ ପର୍ଯ୍ୟାୟରେ ନଖରା – ହଂସପାଳ ଜାତୀୟ ରାଜପଥ ଉପରେ ଚାଲିଲା ଚେକିଂ। ଯାଞ୍ଚ୍ ପ୍ରକ୍ରିୟାରେ ଡେପୁଟି କମିଶନର ଟ୍ରାନ୍ସପୋର୍ଟ, ଆରଟିଓ ଭୁବନେଶ୍ବର୧, ଏମଭିଆଇ କଟକ ସହିତ ସ୍ଥାନୀୟ ସଦର ଥାନା ଓ ନଖରା ଟ୍ରାଫିକ ପୋଲିସ ଉପସ୍ଥିତିରେ ହେଲା ଯାଞ୍ଚ୍। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଉଭୟ କଟକ ଏବଂ ଭୁବନେଶ୍ବର ଆର୍ଟିଓ ଙ୍କ ମିଳିତରେ ହୋଇଛି ଏମଭି ଚେକିଂ।ଚେକିଂ ରେ ୭୮ଟି ବସ୍ ଯାଞ୍ଚ୍ ହୋଇଥିଲା। ଗୋଟିଏ ବସ୍ ଡ୍ରାଇଭର ଡ୍ରଙ୍କେନ୍ ଡ୍ରାଇଭ୍ ରେ ଧରା ପଡ଼ି ଥାନାରେ ଅଟକ ହୋଇଛନ୍ତି। ଫିଟନେସ୍ ନଥିବା ଗୋଟିଏ ବସ୍ ହୋଇଛି ସିଜ୍। ସ୍ପେଶଲ୍ ପର୍ମିଟ ନଥିବା ଦୁଇଟି ବସ୍ କୁ ନୋଟିସ। ଟିକେଟ୍ ର ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ନେଇଥିବା ବସ୍ ଠାରୁ ହୋଇଛି ଚାଲାଣ ଆଦାୟ। ସମୁଦାୟ ୧୭ଟି ବସ୍ କୁ ଜେନେରାଲ ଅଫେନ୍ସ ପାଇଁ ହୋଇଛି କାରଣ ଦର୍ଶାଅ ନୋଟିସ।ତିନୋଟି ବସ୍ ରୁ ୩୦ ହଜାର ଟଙ୍କା ହୋଇଛି ଫାଇନ୍।


Share It

Comments are closed.