ଏସଜିଏମଏ ଆୟୋଜନ କରିବ ୯ମ ଆନ୍ତର୍ଜାତୀୟ ୟୁନିଫର୍ମ ନିର୍ମାତା ମେଳା ୨୦୨୫

Share It

ଭୁବନେଶ୍ୱର : ସୋଲାପୁର ଗାରମେଂଟ ମାନୁଫ୍ୟାକ୍‌ଚରର୍ସ ଆସୋସିଏଶନ (ଏସଜିଏମଏ) ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କ ବୟନଶିଳ୍ପ ବିଭାଗ ସହ ସହଭାଗିତାରେ ୯ମ ଆନ୍ତର୍ଜାତୀୟ ୟୁନିଫର୍ମ ନିର୍ମାତା ମେଳା ୨୦୨୫ର ଘୋଷଣା କରାଯାଇଛି ଯାହା ଆସନ୍ତା ନଭେମ୍ବର ୨୬ରୁ ୨୮ ତାରିଖ ୨୦୨୫ ପର୍ଯ୍ୟନ୍ତ ମୁମ୍ବାଇର ଗୋରେଗାଓଁସ୍ଥିତ ନେସ୍‌କୋ ଏଗ୍‌ଜିବିଶନ ସେଂଟରର ହଲ୍ ନମ୍ବର ୪ରେ ଆୟୋଜିତ ହେବ। ଏହି ତିନି ଦିବସୀୟ ଆନ୍ତର୍ଜାତୀୟ ମେଳା ୧୫୦ରୁ ଅଧିକ ଜାତୀୟ ସ୍ତରୀୟ ବ୍ରାଣ୍ଡଗୁଡିକୁ ଏକତ୍ରିତ କରିବ ଯିଏ ୩୦,୦୦୦ରୁ ଅଧିକ ୟୁନିଫର୍ମ ଡିଜାଇନ ଓ ୧୫୦୦୦ରୁ ଅଧିକ ଫ୍ୟାବ୍ରିକ ଡିଜାଇନ ଉପସ୍ଥାପନ କରିବେ, ଯାହା ଏହାକୁ ବାସ୍ତବରେ ଏକ ପ୍ରଥମ ଧରଣର ପ୍ରଦର୍ଶନୀରେ ପରିଣତ କରୁଛି। ଏହି ଇଭେଂଟ ଗ୍ଲୋବାଲ ୟୁନିଫର୍ମ ଇଣ୍ଡଷ୍ଟ୍ରୀ ପାଇଁ ସର୍ବବୃହତ ସୋର୍ସିଂ ହବ୍ ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।


ଏହି ପ୍ରଦର୍ଶନୀ ସମ୍ପର୍କରେ ଏସଜିଏମଏ ମେଳାର ଅଧ୍ୟକ୍ଷ ଅଜୟ ରଙ୍ଗରେଜ କହିଛନ୍ତି, “୨୦୧୭ରେ ପ୍ରଥମ ପ୍ରଦର୍ଶନୀ ପରଠାରୁ ଏସଜିଏମଏ ୟୁନିଫର୍ମ କ୍ଷେତ୍ରରେ ନିରନ୍ତର ଭାବେ ଉଦ୍ଭାବନକୁ ଆଗକୁ ବଢାଇ ଆସିଛି। ୯ମ ଆନ୍ତର୍ଜାତୀୟ ୟୁନିଫର୍ମ ନିର୍ମାତା ମେଳା ୨୦୨୫ରେ ସବୁକିଛି ୟୁନିଫର୍ମ ସହ ଜଡିତ ରହିବ ଯେପରିକି ସ୍କୁଲ, ହସ୍ପିଟାଲ, ହୋଟେଲ, କର୍ପୋରେଟ, ସ୍ପୋର୍ଟସ, ୱର୍କୱେୟାର, ଫ୍ୟାବ୍ରିକ, ଆକ୍‌ସେସରି, ଫୁଟ୍‌ୱେୟାର ଇତ୍ୟାଦି, ଯାହା ଗୋଟିଏ ଛାତ ତଳେ ଉପଲବ୍ଧ ହେବ। ଏହା ବିଶ୍ୱର ଏକମାତ୍ର ଏଭଳି ପ୍ଲାଟଫର୍ମ ଭାବେ ବଜାୟ ରହିଛି।” ଚଳିତ ବର୍ଷର ଏହି ସଂସ୍କରଣରେ ଏକ ଏଆଇ-ପରିଚାଳିତ ଭର୍ଚୁଆଲ ଫ୍ୟାଶନ ଶୋ’ ରହିବ। ପରିଦର୍ଶକମାନେ ଡିଜିଟାଲ ମାଧ୍ୟମରେ ଫ୍ୟୁଚରିଷ୍ଟିକ ୟୁନିଫର୍ମ ଡିଜାଇନଗୁଡିକର ଅନୁଭବ ପାଇବେ, ଯାହା ଡିଜାଇନ ଭିଜୁଆଲାଇଜେଶନ ଓ ମାର୍କେଟିଂ ପାଇଁ ନୂଆ ବାଟ ଖୋଲିବ। ଏହି ମେଳାରେ ସ୍କୁଲ ୟୁନିଫର୍ମ, ହସ୍ପିଟାଲ ପୋଷାକ, ହୋଟେଲ ଓ କର୍ପୋରେଟ ୟୁନିଫର୍ମ, ସ୍ପୋର୍ଟସୱେୟାର, ଇଣ୍ଡଷ୍ଟ୍ରିଆଲ ଓ ୱର୍କୱେୟାର, ବ୍ଲେଜର, ବେଲ୍ଟ, ଟାଇ, ସୁଜ୍‌, ସକ୍ସ, ବ୍ୟାଗ୍‌, ଫ୍ୟାବ୍ରିକ ଓ ଗାରମେଂଟ ମେସିନେରୀ ସମେତ ବିସ୍ତୃତ ଉତ୍ପାଦ ରେଞ୍ଜ ପ୍ରଦର୍ଶିତ ହେବ। ଡିଷ୍ଟ୍ରିବ୍ୟୁଟର, ଡିଲର, ରିଟେଲର, ଅନୁଷ୍ଠାନ ଓ କର୍ପୋରେଟଗୁଡିକ ଏକ ବଡ ନେଟ୍‌ୱର୍କିଂ ଓ ସୋର୍ସିଂ ସୁଯୋଗ ଭାବେ ଏହି ମେଳାର ଲାଭ ଉଠାଇବେ ବୋଲି ଆଶା କରାଯାଉଛି।
ଏହି ମେଳାର ସଚିବ ଶ୍ରୀକାନ୍ତ ଆମ୍ବୁରେ କହିଛନ୍ତି, “ନୂଆ ଡିଜାଇନ ଓ ଟେକ୍ନୋଲୋଜି-ଚାଳିତ ମାର୍କେଟିଂ ପଦ୍ଧତିଗୁଡିକୁ ଦ୍ରୁତ ବେଗରେ ବିକଶିତ ହେଉଥିବାରୁ ଏହି ପରୀକ୍ଷଣ ୟୁନିଫର୍ମ ସେକ୍ଟର ପାଇଁ ଏକ ପ୍ରଥମ ଧରଣ ପଦକ୍ଷେପକୁ ଚିହ୍ନିତ କରୁଛି। ଆମେ ଡିଷ୍ଟ୍ରିବ୍ୟୁଟର, ଡିଲର, ରିଟେଲର, ସ୍କୁଲ, ହସ୍ପିଟାଲ, କର୍ପୋରେଟ ଓ ଉଦ୍ୟୋଗୀଙ୍କ ସମେତ ସମସ୍ତ ହିତାଧିକାରୀଙ୍କୁ ଏହି ସ୍ୱତନ୍ତ୍ର ୟୁନିଫର୍ମ ପ୍ଲାଟଫର୍ମରେ ଅଂଶଗ୍ରହଣ କରି ଉପକୃତ ହେବା ପାଇଁ ଆମନ୍ତ୍ରିତ କରୁଛୁ।”


Share It

Comments are closed.