ଶୁଭାରମ୍ଭ ହେଲା ରଗବୀ ଚାମ୍ପିଅନସିପ ୨୦୨୫-୨୬
ଭୁବନେଶ୍ୱର,୦୬/୦୪:ଆରମ୍ଭ ହୋଇଛି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ ଓ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଖେଳାଳୀମାନଙ୍କୁ ନେଇ ଜାତୀୟ ବିଦ୍ୟାଳୟ ସ୍ତରୀୟ ରଗବୀ ଚାମ୍ପିଅନସିପ ୨୦୨୫-୨୬ । ଏହାକୁ ଉଦଘାଟନ କରିଛନ୍ତି କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଲା ନାୟକ । ଉପସ୍ଥିତ ଅଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରେନ୍ଦ୍ର କରକରା, ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଶ୍ରୀ ଜ୍ୟୋତି ପ୍ରସାଦ ପରିଡା, SGFI ପର୍ଯ୍ୟବେକ୍ଷକ ଶ୍ରୀ ଅରବିନ୍ଦ ଯାଦବ, ଅନ୍ତର୍ଜାତୀୟ ରଗବି ଖେଳାଳୀ ଡୁମୁଣୀ ମାରାଣ୍ଡି ।

Comments are closed.