ଓଡିଶାରେ ପହଁଚିଲା ରାଷ୍ଟ୍ରୀୟ ଗୌରବ ଯାତ୍ରା

Share It

ଭୁବନେଶ୍ଵର,୧୮/୦୨:ମହାରାଜା ଛତ୍ରପତି ଶିବାଜୀ ଜନ୍ମୋତ୍ସବ ପର୍ବ ଅବସରରେ ମହାରାଷ୍ଟ୍ରରୁ ଓଡିଶାରେ ପହଁଚିଲା ରାଷ୍ଟ୍ରୀୟ ଗୌରବ ଯାତ୍ରା ।ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମହାରାଜା ଛତ୍ରପତି ଶିବାଜୀଙ୍କ ରଥ ପହଞ୍ଚିଥିଲା।ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟର ସମ୍ମାନୀୟ ମନ୍ତ୍ରୀ ଗଣ, ବିଧାୟକ ତଥା ରାଜ୍ୟ ପଦାଧିକାରୀଗଣ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ ମରାଠା ସାମ୍ରାଜ୍ୟର ସର୍ବଶ୍ରେଷ୍ଠ ବୀର ରାଜାମାନଙ୍କ ମଧ୍ୟରୁ ଜଣେ ଭାବେ ପରିଚିତ । ପ୍ରାଚୀନ ଭାରତୀୟ ରାଜନୈତିକ ପରମ୍ପରା ଓ ଦରବାରୀ ପଦ୍ଧତିକୁ ସୁରକ୍ଷିତ ରଖିବାରେ ତାଙ୍କ ଅବଦାନ ପାଇଁ ସେ ସ୍ମରଣୀୟ ।ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ପ୍ରତିବର୍ଷ ଫେବୃଆରୀ ୧୯ ତାରିଖରେ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ପାଳନ କରାଯାଏ ।ସେ ଭାରତର ସାହସୀ ଓ ପ୍ରଗତିଶୀଳ ଶାସକମାନଙ୍କ ମଧ୍ୟରୁ ଜଣେ ଥିଲେ | ୧୬୭୪ ମସିହାରେ ସେ “ଛତ୍ରପତି” ଭାବେ ରାଜ୍ୟାଭିଷେକ ହୋଇଥିଲେ । ତାଙ୍କ ସାହସ ଓ ଜୀବନ ଦର୍ଶନ ଆଜି ମଧ୍ୟ ଲୋକମାନଙ୍କୁ ପ୍ରେରଣା ଦେଇଆସୁଛି।


Share It

Comments are closed.