ଆଉ ୨ଦିନ ବଢ଼ିପାରେ ଧାନକିଣା ଅବଧି:ଯୋଗାଣ ମନ୍ତ୍ରୀ

Share It

ଭୁବନେଶ୍ୱର,୩୦/୦୩:ଆଉ ଦୁଇ ଦିନ ବଢ଼ିପାରେ ଧାନ ସଂଗ୍ରହ ସମୟସୀମା।ଆସନ୍ତାକାଲି ରହିଛି ଧାନ ସଂଗ୍ରହର ଶେଷ ତାରିଖ ।ଟାର୍ଗେଟ ହାସଲ ପାଇଁ ଦୁଇ ଦିନ ସମୟସୀମା ବଢିବାକୁ ସରକାର ଘୋଷଣା କରିଛନ୍ତି।ଚଳିତ ବର୍ଷ ଐତିହାସିକ ଧାନ ପ୍ରକ୍ରିୟାକରଣ ହୋଇଛି।ଏ ଯାଏଁ 76 ଲକ୍ଷ 84 ହଜାର 495 ମେଟ୍ରିକ ଟନ ଧାନ କିଣା ହୋଇଛି।ଏଥିରେ 18 ଲକ୍ଷ 55 ହଜାର 539 ଚାଷୀ ଧାନ ବିକିଛନ୍ତି।ଚାଷୀଙ୍କ ଆକାଉଣ୍ଟକୁ 22 ହଜାର 400 କୋଟି ଟଙ୍କା ଗଲାଣି।80 ଲକ୍ଷ ମେଟ୍ରିକ ଟନ ଧାନ କିଣିବାର ଲକ୍ଷ୍ୟ ରଖା ଯାଇଛି. ଜିଲ୍ଲା ଅଧିକାରୀଙ୍କୁ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। 19 ଲକ୍ଷ 68 ହଜାର ଚାଷୀ ପଞ୍ଜିକରଣ କରି ଟୋକନ ପାଇଛନ୍ତି।


Share It

Comments are closed.