ଭାରତରେ ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ ପ୍ୟାକ୍ ଉନ୍ମୋଚିତ
ଭୁବନେଶ୍ୱର : ମିନି ଇଣ୍ଡିଆ ପକ୍ଷରୁ ନୂଆ ମିନ କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ର ଲଂଚ୍ ଘୋଷଣା କରାଯାଇଛି। ଏହି କାର୍ ଏକ କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହେବ ଏବଂ ଏହାକୁ ଦେଶବ୍ୟାପୀ ଅଥୋରାଇଜ୍ଡ ମିନ ଡିଲରଗୁଡିକ ସମେତ ସପ.ମିନି.ଇନ ରେ ବୁକ୍ କରାଯାଇପାରିବ। ଏହାର ଡେଲିଭରି ଏପ୍ରିଲ୍ ୨୦୨୫ ରୁ ଆରମ୍ଭ ହେବ।
ମିନି କୁପର୍ ଏସ ର ୫ମ ପିଢି ମିନ ର ଶାରୀରିକ ଗଠନ ଓ ମୂଳତ୍ୱ ସହିତ ଜନ୍ କୁପର ୱର୍କସ୍ ପ୍ୟାକ୍ର ସ୍ପୋର୍ଟିନେସ୍ ସହିତ ପ୍ରଗତିଶୀଳ ଟେକ୍ନୋଲୋଜିକୁ ଏକତ୍ରିତ କରିଛି। ମିଳିତ ଭାବେ କମ୍ପାନୀ ଏହି ପ୍ୟାକ୍ରେ ଏକ ନୂଆ ବ୍ୟକ୍ତିତ୍ୱ ଓ ହଲ୍ମାର୍କ ଡ୍ରାଇଭିଂ ଡାଇନାମିକ୍ସ ସହ ଅଭିନବ ଫିଚରଗୁଡିକୁ ଅନ୍ତର୍ଭୁକ୍ତ କରିଛି।
ଶ୍ରୀଯୁକ୍ତ ବିକ୍ରମପାୱାହ, ସଭାପତି ଏବଂ ସିଇଓ ,ବିଏମଡବ୍ଲୁ ଗୋଷ୍ଠୀ କହିଛିି,“ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ କାଳଜୟୀ ଡିଜାଇନକୁ ଆଧୁନିକ ଉଦ୍ଭାବନ ସହ ମିଶ୍ରଣ କରିବାର ମିନି ର ବିରାସତକୁ ସୂଚିତ କରୁଛି। ଏହାର ଡାଇନାମିକ, ସ୍ପୋର୍ଟି ଏକ୍ସଟେରିୟର ଓ ଏକ୍ସକ୍ଲୁସିଭ ଜନ୍ କୁପର ୱର୍କସ ଟ୍ରିମ ସହିତ ଏହି ସ୍ପେଶିଆଲ ଏଡିସନ ଚାଳନା ଆନନ୍ଦ ସ ବ୍ୟକ୍ତିଗତକରଣର ଉଦାହରଣ ଭାବେ ଉଭା ହୋଇଛି। ଇଂଟେରିୟରର ସ୍ପୋର୍ଟି ବିବରଣୀଗୁଡିକ ମୋଟରସ୍ପୋର୍ଟ ଆଗ୍ରହର ଅଭିବ୍ୟକ୍ତି ଅଟେ ଏବଂ ଡିଜିଟାଲ ଇଂଟରାକ୍ଟିଭ ଇଂଟରଫେସ୍ଗୁଡିକ ଏକ ହାଇ-ଟେକ ଅନୁଭୂତି ସୃଷ୍ଟି କରୁଛନ୍ତି। ଏହି ସ୍ୱତନ୍ତ୍ର ଜନ୍ କୁପର ୱର୍କସ ପ୍ୟାକ୍ ଗଓଘଓର କିମ୍ବନ୍ଦନ୍ତୀ ରେସିଂ ପିଢି ପ୍ରତି ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅଟେ।”
ଏହାର ଏକ୍ସ-ଶୋରୁମ ମୂଲ୍ୟ ରହିଛି: ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ –ମୂଲ୍ୟ ୫୫,୯୦,୦୦୦
ଞ୍ଚଇନ୍ଭଏସିଂ ସମୟରେ ପ୍ରଯୁଜ୍ୟ ମୂଲ୍ୟ ଲାଗୁ ହେବ। ଏଝଞ ସମେତ ଏକ୍ସଶୋ’ରୁମ ମୂଲ୍ୟଗୁଡିକ (କମ୍ପେନସେଶନ ସେସ୍ ସମେତ) ଲାଗୁ ହେବ କିନ୍ତୁ ସେଥିରେ ରୋଡ୍ ଟ୍ୟାକ୍ସ, ଟ୍ୟାକ୍ସ କଲେକ୍ଟେଡ ଆଟ ସୋର୍ସ (ଟିସିଏସ), ଆରଟିଓ ଷ୍ଟାଟ୍ୟୁଟୋରୀ ଟ୍ୟାକ୍ସ/ଫି’, ଅନ୍ୟାନ୍ୟ ଲୋକାଲ ଟ୍ୟାକ୍ସ, ସେସ୍, ଲେଭି ଓ ଇନ୍ସୁରାନ୍ସ ସାମିଲ ରହିବ ନାହିଁ। ମୂଲ୍ୟ ଓ ବିକଳ୍ପଗୁଡିକ ବିନା କୌଣସି ପୂର୍ବ ନୋଟିସ୍ରେ ପରିବର୍ତନ ହେବ। ଅଧିକ ସୂଚନା ପାଇଁ ଏକ ସ୍ଥାନୀୟ ଗଓଘଓ ଅଥୋରାଇଜ୍ଡ ଡିଲର ସହ ଯୋଗାଯୋଗ କରନ୍ତୁ।
“ନୂଆ ମିନ କୁପର୍ ଏସ ଜେଏସ୍ଡବ୍ଲ୍ୟୁ ପ୍ୟାକ୍ ଦୁଇଟି ଆକର୍ଷଣୀୟ ରଙ୍ଗ- ଲିଜେଣ୍ଡ ଗ୍ରେ ଓ ମିଡ୍ନାଇଟ ବ୍ଲାକ୍ରେ ଏବଂ ଜେଟ୍ ବ୍ଲାକ୍ ରଙ୍ଗରେ ରୁଫ୍ ଓ ମିରର୍ ସହ ଉପଲବ୍ଧ ହେବ। ୧୭-ଇଂଚ୍ ହ୍ୱିଲ୍ସ ସ୍ପ୍ରିଂଟ-ସ୍ପୋକ ବ୍ଲାକ୍ ଷ୍ଟାଣ୍ଡାର୍ଡ ଭାବେ ଉପଲବ୍ଧ ହେଉଛି। ଅପ୍ହୋଲ୍ଷ୍ଟେରୀ ବିକଳ୍ପଗୁଡିକରେ ଭେସିନ / କର୍ଡ କମ୍ବିନେଶନ । ଜେସିଡବ୍ଲୁ ବ୍ଲାକ୍ ସହ ଜେସିଡବ୍ଲୁ ସ୍ପୋର୍ଟସ୍ ସିଟ୍ଗୁଡିକ ସାମିଲ ରହିଛି।
ଏହି କାର୍ ଅସୀମିତ କିଲୋମିଟର ପାଇଁ ଏକ ଷ୍ଟାଣ୍ଡାର୍ଡ ଦୁଇ ବର୍ଷର ୱାରେଂଟି ସହ ଆସୁଛି। “ନୂଆ ମିନ କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ ରେ ୨ ବର୍ଷର ୨୪ ଙ୍ଘ ୭ ରୋଡ୍-ସାଇଡ ଆସିଷ୍ଟାନ୍ସ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରୁଛି। କାର୍ର ମାଲିକାନା ସହ ଏହି ଲାଭଗୁଡିକୁ ସ୍ଥାନାନ୍ତର କରାଯାଇପାରିବ। କୁପର୍ ଝ ପାଇଁ ସର୍ଭିସ୍ ଇନ୍କ୍ଲୁସିଭ ପ୍ଲାନ ୩ ବର୍ଷ /୪୦,୦୦୦ କିମିରୁ ଆରମ୍ଭ ହେଉଛି ଏବଂ ପ୍ୟାକେଜ ଏକ୍ସଟେନ୍ଶନ ୧୦ ବର୍ଷ ପର୍ଯ୍ୟନ୍ତ / ୨,୦୦,୦୦୦ କିମି ଯାଏଁ ଉପଲବ୍ଧ ହେଉଛି। ମାଲିକାନାର ୩ୟ ବର୍ଷରୁ ୱାରେଂଟି ଲାଭଗୁଡିକୁ ବୃଦ୍ଧି କରିବା ଏବଂ ସର୍ବାଧିକ ୧୦ ବର୍ଷ ବୃଦ୍ଧି କରାଯିବାର ଏକ ବିକଳ୍ପ ମଧ୍ୟ ଉପଲବ୍ଧ ରହିଛି।
ଆଧୁନିକ, ଡିଜିଟାଲ ଓ ତ୍ରୁଟିହୀନ ନୂଆ ମିନ କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ ଚାଳନା ଆନନ୍ଦ ଓ ଉପଭୋକ୍ତା ଅନୁଭୂତିକୁ ଏକ ନୂତନ ଯୁଗକୁ ନେଇଛି। ନୂଆ ଡିଜାଇନ ଲାଙ୍ଗୁଏଜ ‘କରିସ୍ମାଟିକ ସିମ୍ପ୍ଲିସିଟି’ରେ ଏକ ବିସ୍ତୃତ ପରିବର୍ତନ ପ୍ରତିଫଳିତ ହେଉଛି। ଏହା ଏକ ରୂପେ ବାସ୍ତବ ମାଧ୍ୟମରେ ପାରମ୍ପରିକ ମୂଲ୍ୟବୋଧଗୁଡିକୁ ପ୍ରଗତିଶୀଳ ଉଦ୍ଭାବନଗୁଡିକରେ ଏକତ୍ରିତ କରୁଛି, ଗାଡିର ଡିଜାଇନକୁ ଆବଶ୍ୟକତା ମୁତାବକ ହ୍ରାସ କରାଯାଇଛି। “ନୂଆ ମିନ କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ଏକ ଶୁଦ୍ଧ ଡିଜାଇନକୁ ସେୟାର କରୁଛି ଯାହା ସମାନ ପରିମାଣର ମିନ କମ୍ୟୁନିଟିର ଅଭିନବ ଉତ୍ସାହ ଓ ସହରୀ ଚରିତ୍ରକୁ ଗ୍ରହଣ କରିଛି।
Comments are closed.