ରାଜ୍ୟରେ ଏପ୍ରିଲ ୩୦କୁ ବଢିଲା ଲକଡାଉନ ଅବଧି


ମହାମାରୀ କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଓଡିଶାରେ ଲକଡାଉନ ଅବଧି ଏପ୍ରିଲ ୩୦କୁ ଘୁଞ୍ଚାଇ ଦିଆଯାଇଛି । ଏହା ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ଓଡିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ ଯିଏକି ସର୍ବପ୍ରଥମେ ଲକଡାଉନ ଅବଧିକୁ ଘୁଞ୍ଚଞ୍ଚାଇଛି । ସେହିଭଳି ଜୁନ ୧୫ ଯାଏଁ ସମସ୍ତ ସ୍କୁଲ ଏବଂ କଲେଜକୁ ଛୁଟି ଘୋଷଣା କରାଇ ଦିଆଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସ ଜରିଆରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟରେ ଏପ୍ରିଲ୍ ୩୦ ଯାଏଁ ଲକଡାଉନ୍ ଅବଧି ବୃଦ୍ଧି କରିବା ନିଷ୍ପତ୍ତି ନିଆଯିବା ସହ ସାରା ଦେଶରେ ଏପ୍ରିଲ୍ ୩୦ ଯାଏଁ ଲକଡାଉନ୍ ଜାରି ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ନିଷ୍ପତ୍ତି .ହୋଇଛି । ଏଥିସହ ୩୦ ଯାଏ ବିମାନ ଓ ଟ୍ରେନ୍ ଚଳାଚଳ ନ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ।  ଜୁନ ୧୭ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କ୍ୟାବିନେଟ୍ ନିଷ୍ପତ୍ତି କରିଛି।

ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରୁ ରାଜ୍ୟ ସରକାର ମଣିଷ ଜୀବନକୁ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାହା ଅନୁଯାୟୀ ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ କରୋନା ମୁକାବିଲା ପାଇଁ ଭବିଷ୍ୟତ ରଣନୀତି ନେଇ ପ୍ରସ୍ତାବ, ଜରୁରୀକାଳୀନ ପାଣ୍ଠି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ, କୋଭିଡ-୧୯ ନିୟମାବଳୀ ୨୦୨୦ରେ ସଂଶୋଧନ ପାଇଁ ପ୍ରସ୍ତାବ, ୧ ଲକ୍ଷ ପରୀକ୍ଷା କିଟ୍ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟବିଭାଗର ପ୍ରସ୍ତାବକୁ ମଞ୍ଜୁରୀ, ମହାମାରୀ ଆଇନରେ ଆଇନରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ପାରିତ ହୋଇଛି।


Share It

Comments are closed.