କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ,ସମ୍ପର୍କୀୟ ଭାଇ ଦେଲେ ମୁଖାଗ୍ନି

Share It

କଟକ,୧୬/୦୨:କଟକ ସତୀଚଉରାରେ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ତାଙ୍କୁ ମୁଖାଗ୍ନି ଦେଇଥିବା ସୂଚନା ମିଳିଛି। କଟକ ମର୍କତନଗରର ଏକ ଘରୋଇ ହସ୍ପିଟାଲରେ ରବିବାର ତାଙ୍କର ୭୨ବର୍ଷ ବୟସରେ ପରଲୋକ ଘଟିଥିଲା। ଗୁରୁବାର ଭୁବନେଶ୍ୱରର ଏକ ସାହିତ୍ୟ ଆସରରେ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ହଠାତ୍‌‌ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାକୁ ଆସିଥିଲେ। ଏବଂ ଭେଣ୍ଟିଲେଟରରେ ରଖି ତାଙ୍କ ଚିକିତ୍ସା ଚାଲିଥିଲା।


ମସ୍ତିଷ୍କରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ସଂକଟାପନ୍ନ ସ୍ଥିତିରେ ଥିଲେ। ଅନ୍ତିମ ସମୟରେ ସ୍ୱାମୀ ଇଂ. କୃଷ୍ଣଗୋପାଳ ବାତ୍ରା, ସାନଭାଇ ପ୍ରାକ୍ତନ ପୁଲିସ ଅଧିକାରୀ ସାରଦାପ୍ରସନ୍ନ ପାତ୍ର, ପୁତୁରା ପରାଗ ପଟ୍ଟନାୟକଙ୍କ ସମେତ ଅନ୍ୟ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ପାର୍ଥିବ ଶରୀରକୁ ଘରୋଇ ହସ୍ପିଟାଲରୁ କାଫଲା ବଜାରସ୍ଥିତ ବାସଭବନକୁ ନିଆଯାଇଛି। ଏବଂ ସତୀଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।


Share It

Comments are closed.