ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ମାଇଲଷ୍ଟୋନ୍ । ଡୋନାଲ୍ଡ ଟ୍ରମ୍ପଙ୍କୁ କାଟି ଇନଷ୍ଟାଗ୍ରାମରେ ହେଲେ ନମ୍ବର ୱାନ୍- ୧୦କୋଟି ଟପିଲା ମୋଦୀଙ୍କ ଫଲୋଅର୍ସ ସଂଖ୍ୟା।ଗତ ଦଶନ୍ଧି ମଧ୍ୟରେ, ତାଙ୍କ ଆକାଉଣ୍ଟ ବିଶ୍ୱ ନେତାମାନଙ୍କ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଡିଜିଟାଲ୍ ସ୍ଥାନ ମଧ୍ୟରୁ ଗୋଟିଏ ପାଲଟିଛି।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବିଶ୍ୱର ଶ୍ରେଷ୍ଠ ୫ ଜଣ ଗ୍ଲୋବାଲ ଲିଡରଙ୍କ ମୋଟ ଫଲୋଅର୍ସଙ୍କ ସଂଖ୍ୟା ମଧ୍ୟ ପିଏମ ମୋଦୀଙ୍କ ଏକାକୀ ଫଲୋଅର୍ସଙ୍କ ତୁଳନାରେ କମ୍ । ୨୦୧୪ ମସିହାରେ ମେଟାର ଏହି ପ୍ଲାଟଫର୍ମ ସହ ଯୋଡ଼ି ହୋଇଥିବା ନରେନ୍ଦ୍ର ମୋଦୀ, ଗତ ୧୦ ବର୍ଷ ମଧ୍ୟରେ ନିଜକୁ ସବୁଠାରୁ ପ୍ରଭାବଶାଳୀ ଡିଜିଟାଲ ବ୍ରାଣ୍ଡ ଭାବେ ଗଢ଼ି ତୋଳିଛନ୍ତି ।
କେବଳ ଇନଷ୍ଟାଗ୍ରାମ ନୁହେଁ ଫେସବୁକରେ ମଧ୍ୟରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରାଜନେତା ହୋଇ ପାରିଛନ୍ତି । ଫେସବୁକରେ ସେ ୪୯ ମିଲିୟନ ଫଲୋଅର୍ସ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ୟୁଟ୍ୟୁବରେ ମଧ୍ୟ ଜଣେ ରାଜନେତା ଭାବରେ ତାଙ୍କର ସର୍ବାଧିକ ସବସ୍କ୍ରାଇବର ରହିଛନ୍ତି ।ପ୍ରଧାନମନ୍ତ୍ରୀଙ୍କର ଏହି ଡିଜିଟାଲ୍ ବିଜୟ ସୂଚାଉଛି ଯେ, ସେ କେବଳ ନୀତି ନିର୍ଦ୍ଧାରଣରେ ନୁହେଁ, ବରଂ ନୂତନ ପିଢ଼ିର ଚିନ୍ତାଧାରା ଏବଂ ପ୍ରଯୁକ୍ତିବିଦ୍ୟା ସହ ନିଜକୁ ଖାପଖୁଆଇ ଚାଲିବାରେ ମଧ୍ୟ ଜଣେ ପାରଙ୍ଗମ । ଆଜି ୧୦୦ ମିଲିୟନ ଫଲୋଅର୍ସ ସହ ମୋଦୀ ବିଶ୍ୱ ରାଜନୀତିର ‘ଡିଜିଟାଲ୍ କିଙ୍ଗ୍’ ଭାବେ ଉଭା ହୋଇଛନ୍ତି ।
Prev Post
Comments are closed.