ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଖୋର୍ଦ୍ଧାରେ ଗ୍ରୁପ୍ ନିର୍ମଲ ଆଲୁମିନିୟମ କାରଖାନାର ଭୂମିପୂଜନ
ଭୁବନେଶ୍ୱର: ଷ୍ଟିଲ ଓ ଆଲୁମିନିୟମ ୱୟାର ପ୍ରଡକ୍ଟଗୁଡିକର ଏକ ଅଗ୍ରଣୀ ନିର୍ମାତା ଗ୍ରୁପ, ନିର୍ମଲ ପକ୍ଷରୁ ଖୋର୍ଦ୍ଧାରେ ୧୫୦ କୋଟି ଟଙ୍କା ମୂଲ୍ୟର ନୂତନ ଉତ୍ପାଦନ କାରଖାନାର ଭୂମିପୂଜନ କରାଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀ ମୋହନ ଚରଣ ମାଝୀ ଆଜି ଭର୍ଚୁଆଲ ମାଧ୍ୟମରେ ଖୋର୍ଦ୍ଧାସ୍ଥିତ ନିର୍ମଲ ୱୟାର୍ସ ପ୍ରାଇଭେଟ ଲିମିଟେଡ, ୟୁନିଟ୍ ୪ର ଉତ୍ପାଦନ କାରଖାନାର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଇଣ୍ଡଷ୍ଟ୍ରିଆଲ ପ୍ରମୋସନ ଆଣ୍ଡ ଇନ୍ଭେଷ୍ଟମେଂଟ କର୍ପୋରେଶନ ଅଫ ଓଡିଶା ଦ୍ୱାରା ଆୟୋଜିତ ଏକ ବ୍ୟବସାୟ ପ୍ରୋତ୍ସାହନ ସମ୍ମିଳନୀ ସମୟରେ ଆୟୋଜିତ ହୋଇଥିଲା । ଏଠାରେ ଗ୍ରୁପ ନିର୍ମଲର ପରିଚାଳନା ନିର୍ଦ୍ଦେଶକ ନିର୍ମଲ ସରାଫଙ୍କ ସହିତ ନିର୍ଦ୍ଦେଶକ ପିୟୁଷ ସରାଫ ଓ ପରାଗ ସରାଫ ଉପସ୍ଥିତ ଥିଲେ । ୧୪୨ତମ ଷ୍ଟେଟ ଲେଭେଲ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥୋରିଟି (ଏସଏଲଏସଡବ୍ଲ୍ୟୁସିଏ) ବୈଠକରେ ଔପଚାରିକ ଅନୁମୋଦନ ମିଳିବା ପରେ କମ୍ପାନୀ ନିଜର ଆଲୁମିନିୟମ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଏହି କାରଖାନାରେ ୧୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି ।
ଏସମ୍ପର୍କରେ ଗ୍ରୁପ ନିର୍ମଲର ନିର୍ଦ୍ଦେଶକ ପିୟୁଷ ସରାଫ କହିଛନ୍ତି, “ଓଡିଶାର ପ୍ରଗତିଶୀଳ ନୀତି, ରଣନୈତିକ ଅବସ୍ଥିତି ଓ ଦକ୍ଷ କର୍ମବଳ ଏହାକୁ ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳୀରେ ପରିଣତ କରୁଛି । ଖୋର୍ଦ୍ଧାରେ ଆମର ନିବେଶ ରାଜ୍ୟରେ ଆମର ଆତ୍ମବିଶ୍ୱାସକୁ ସୁଦୃଢ କରିବା ସହ ଉଭୟ ଘରୋଇ ଓ ଆନ୍ତର୍ଜାତୀୟ ବଜାରରେ ସେବା ପ୍ରଦାନ କରିବା ପାଇଁ ଆମର କ୍ଷମତାକୁ ମଜବୁତ କରିଛି ।”
ଏହି ସମ୍ପ୍ରସାରଣ କମ୍ପାନୀର ମାସିକ ଉତ୍ପାଦନରେ ୫୦୦୦ ଟନ ବୃଦ୍ଧି କରିବ, ଯାହା ପାୱାର ଟ୍ରାନ୍ସମିଶନ, ଭିତିଭୂମି ଓ ନବୀକରଣଯୋଗ୍ୟ ଶକ୍ତି ଭଳି ଉଚ୍ଚ ଚାହିଦାପୂର୍ଣ୍ଣ କ୍ଷେତ୍ରଗୁଡିକର ଆବଶ୍ୟକତା ପୂରଣ କରିବା ପାଇଁ କମ୍ପାନୀର କ୍ଷମତା ବୃଦ୍ଧି କରିବ । ଏଥିସହିତ ଏହା ରାଜ୍ୟରେ ପ୍ରାୟ ୩୦୦ ନିଯୁକ୍ତ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ୫୦ ଏକର ଜମିରେ ପରିବ୍ୟାପ୍ତ ଖୋର୍ଦ୍ଧା ୟୁନିଟ ହେଉଛି ଗ୍ରୁପ ନିର୍ମଲର ଅନ୍ୟତମ ସର୍ବବୃହତ କାରଖାନା ଯାହା ବର୍ତମାନ ବାର୍ଷିକ ୬୦,୦୦୦ ଟନର ଆଲୁମିନିୟମ ଉତ୍ପାଦ ଉତ୍ପାଦନ କ୍ଷମତା ବହନ କରୁଛି । ଏହି ସମ୍ପ୍ରସାରଣ ଏଏସିଏସଆର, ଏସିଏଆର ଓ ଏସିଏସଏସ ଭଳି ଆଡ୍ଭାନ୍ସଡ କଣ୍ଡକ୍ଟରଗୁଡିକର ଆରମ୍ଭ କରିବ । ଏହି ଖୋର୍ଦ୍ଧା କାରଖାନା କାର୍ଯ୍ୟକ୍ରମରେ ଉଦ୍ଘାଟନ ପାଇଁ ସୂଚୀବଦ୍ଧ ହୋଇଥିବା ୧୧ଟି ପ୍ରକଳ୍ପ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ଯାହା ଓଡିଶାର ବିସ୍ତୃତ ଶିଳ୍ପ ବିକାଶ ଏଜେଣ୍ଡାରେ ଏହାର ମହତ୍ୱକୁ ସୂଚିତ କରୁଛି ।

Comments are closed.