ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା

Share It

ଭୁବନେଶ୍ଵର,୦୮/୦୩:ରାଜ୍ୟ ସରକାରଙ୍କ ମହିଳା କଲ୍ୟାଣମୂଳକ ପ୍ରୟାସ ସୁଭଦ୍ରା ଯୋଜନା ଅଧୀନରେ ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ଚତୁର୍ଥ କିସ୍ତି ଟଙ୍କା ଜମା କରାଯାଇଛି। ପୁରୀର ତାଳବଣିଆ ସଭାସ୍ଥଳରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିବିଟି ମାଧ୍ୟମରେ ଏହି ଟଙ୍କା ପଠାଇଥିବା ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ପର୍ଯ୍ୟାୟରେ ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ଆର୍ଥିକ ସହାୟତା ଟଙ୍କା ଜମା କରାଯାଇଛି। ଏହା ସହିତ ଚଳିତ ପର୍ଯ୍ୟାୟରେ ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି।
ସରକାର କହିଛନ୍ତି ଯେ, ଏହି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାମାନେ ଆର୍ଥିକ ଭାବେ ସଶକ୍ତ ହେବେ ଏବଂ ସ୍ୱାବଳମ୍ବୀ ହେବାକୁ ଆହୁରି ପ୍ରେରଣା ପାଇବେ। ଏହା ମହିଳାଙ୍କ ଆର୍ଥିକ ସୁରକ୍ଷା ସହିତ ପରିବାର ଓ ସମାଜର ଉନ୍ନତିରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ମୁଖ୍ୟମନ୍ତ୍ରୀ ।


Share It

Comments are closed.