ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି
ଭୁବନେଶ୍ଵର,୨୬/୦୨:ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି। ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି।
ରାଜ୍ୟସଭା ରେସ୍ରେ ଥିବା ଚେହେରାଙ୍କୁ ନେଇ ଏପଟେ ଚର୍ଚ୍ଚା ଜୋର୍, ସେପଟେ ୩ ପ୍ରମୁଖ ଦଳକୁ ଘାରିଛି ବିଭାଜନ ଭୟ । ଅନ୍ତର୍କନ୍ଦଳରେ ଘାରି ହେଉଥିବା ବିଜେଡି ଓ କଂଗ୍ରେସ ହୁଅନ୍ତୁ ଅବା ତୃଣମୂଳରେ ସଂଗଠନ ସଜାଡ଼ି ପାରୁନଥିବା ବିଜେପି, ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ୩ଟି ଯାକ ଦଳ ନିଜର ପ୍ରାର୍ଥୀ ନିଷ୍ପତ୍ତିକୁ ନେଇ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି ।

Comments are closed.