୮ ଘଣ୍ଟା ହେବ ଜଳୁଛି ଜଙ୍ଗଲ, ସବୁଆଡେ ନିଆଁ

Share It

ଉଦଳା,୦୪/୦୩: ୮ ଘଣ୍ଟା ହେବ ଜଳୁଛି ଜଙ୍ଗଲ। ସକାଳ ଯାଇ ରାତି ହେଲା କିନ୍ତୁ ନିଆଁ ଲିଭିବା ବଦଳରେ ହୁ ହୁ ହୋଇ ଜଳି ଜଙ୍ଗଲ ଭିତରେ ମାତି ଚାଲିଛି। ଏଭଳି ଚିତ୍ର ସାମ୍ନାକୁ ଆସିଛି କପ୍ତିପଦା ବନାଞ୍ଚଳ ବାଘମୁଣ୍ଡା ଅଞ୍ଚଳରୁ। ଦିନ ୧୦ ଟା ପାଖରୁ ବାଘମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ଏହି ନିଆଁ ଲିଭିବାର ପ୍ରତି ବଦଳରେ ଆହୁରି ବ୍ୟାପିବା ସହିତ ଭୟଙ୍କର ରୂପ ନେଇଛି। ଯାହା ଫଳରେ ପୁରା ଜଙ୍ଗଲ ଏବେ ହୁତୁ ହୁତୁ ହୋଇ ଜଳୁଛି। ହେଲେ ୮ ଘଣ୍ଟା ରୁ ଅଧିକ ହେବ ଜଙ୍ଗଲ ଜଳୁଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ବନ ବିଭାଗ ଉକ୍ତ ସ୍ଥାନରେ ପହଞ୍ଚି ନାହିଁ କି ନିଆଁ କୁ ଆୟତ୍ତ କରି ପାରି ନାହିଁ। ଏହି ନିଆଁ ଧୀରେ ଧୀରେ କରାଳ ରୂପ ନେଉଛି।


Share It

Comments are closed.