ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ,ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ଯଦି ହେବ ସେ ସମୟରେ କରିବେ କଣ

Share It

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଫେବୃଆରୀ ୧୭ ତାରିଖରେ ପଡୁଛି । ଫାଲଗୁନ ମାସର ଅମାବାସ୍ୟା ଦିନ ଏହି ସୂର୍ଯ୍ୟଗ୍ରହଣ ହେବ ବୋଲି କୁହାଯାଇଛି । ଏହା ଏକ ଅଗ୍ନି ବଳୟ ସୂର୍ଯ୍ୟଗ୍ରହଣ ହେବ । ଗ୍ରହଣ ଅପରାହ୍ନ ୩.୨୬ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭.୫୭ ପର୍ଯ୍ୟନ୍ତ ରହିବ । ଏହା ମୁଖ୍ୟତଃ ଆଣ୍ଟାର୍କଟିକା, ଆଫ୍ରିକାର କିଛି ଅଂଶ ଏବଂ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଉପରେ ଦୃଶ୍ୟମାନ ହେବ କିନ୍ତୁ ସବୁଠୁ ବଡ଼ କଥା ହେଉଛି ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ।
ଫାଲଗୁନ ଅମାବାସ୍ୟା ଓ ପରାଗର ସଂଯୋଗ
ଫାଲଗୁନ ଅମାବାସ୍ୟା ୨୦୨୬ ଫେବୃଆରୀ ୧୬ ତାରିଖ ସନ୍ଧ୍ୟା ୫ଟା ୩୪ ମିନିଟ୍‌ରୁ ଆରମ୍ଭ ହୋଇ ୧୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିବ।ଅର୍ଥାତ୍‌ ଫେବୃଆରୀ ୧୭ରେ ଅମାବାସ୍ୟା ଓ ସୂର୍ଯ୍ୟ ପରାଗ ଗୋଟିଏ ଦିନରେ ପଡ଼ୁଛି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅମାବାସ୍ୟା ଦିନେ ସୂର୍ଯ୍ୟଗ୍ରହଣ ହେବାକୁ ବିଶେଷ ଯୋଗ ମନାଯାଏ, କିନ୍ତୁ ଏହା ଭାରତରେ ଦୃଶ୍ୟମାନ ନ ଥିବାରୁ ବୃହତ ପୂଜା ପାଳନରେ ବାଧା ନାହିଁ।

ପରାଗ ସମୟରେ ପୂଜା କରିହେବ କି?
ଧାର୍ମିକ ମତାନୁସାରେ, ସୂତକ କାଳ ସେତେବେଳେ ମାନ୍ୟ ହୁଏ ଯେତେବେଳେ ଗ୍ରହଣ ଭାରତରେ ଦେଖାଯାଏ।ଯେହେତୁ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ।ସୂତକ କାଳ ଲାଗୁ ହେବ ନାହିଁ,ମନ୍ଦିରରେ ପୂଜା-ଅର୍ଚ୍ଚନା ବନ୍ଦ ହେବ ନାହିଁ,ଫାଲଗୁନ ଅମାବାସ୍ୟାର ବ୍ରତ ଓ ଉପବାସ ପାଳନ କରିହେବ
,କୌଣସି ଶୁଭ କାର୍ଯ୍ୟ କରିବାରେ ବାଧା ନାହିଁ,ଭକ୍ତମାନେ ସାଧାରଣ ଦିନ ଭଳି ପୂଜା, ଜପ, ତର୍ପଣ ଇତ୍ୟାଦି କରିପାରିବେ।

ପରାଗ ସମୟରେ କ’ଣ ଖାଇବେ?
ସାଧାରଣତଃ ଗ୍ରହଣ ସମୟରେ ଖାଦ୍ୟ ସେବନ ବିଷୟରେ କିଛି ପାରମ୍ପରିକ ନିୟମ ରହିଛି—
ରନ୍ଧା ଖାଦ୍ୟ ରଖିବା ଉଚିତ୍‌ ନୁହେଁ
ଆମିଷ ଖାଦ୍ୟ (ମାଂସ, ମାଛ ଇତ୍ୟାଦି) ଖାଇବା ଏଡ଼ାଇବା ଉଚିତ
ଭାରି ଓ ତେଲିଆ ଖାଦ୍ୟ ନ ଖାଇବା ଭଲ।

୨୦୨୬ର ପ୍ରଥମ ସୂର୍ଯ୍ୟ ପରାଗ ଓ ଫାଲଗୁନ ଅମାବାସ୍ୟା ଗୋଟିଏ ଦିନରେ ପଡ଼ୁଥିବା ସତ୍ତ୍ୱେ, ଏହା ଭାରତରେ ଦୃଶ୍ୟମାନ ନ ଥିବାରୁ ଧାର୍ମିକ ନିୟମରେ ବଡ଼ ପ୍ରଭାବ ପଡ଼ିବ ନାହିଁ। ଭକ୍ତମାନେ ନିୟମିତ ପୂଜା-ପାଠ ଓ ବ୍ରତ ପାଳନ କରିପାରିବେ।


Share It

Comments are closed.